
ନୂଆଦିଲ୍ଲୀ,୧୮ ମାର୍ଚ୍ଚ(ହି.ସ.) – ନିର୍ବାଚନ ଆୟୋଗ ପାଂଚ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶରେ ନିର୍ବାଚନର ବିଭିନ୍ନ ସ୍ତରକୁ ସୁଚାରୁ ଏବଂ ବ୍ୟବସ୍ଥିତ ରୂପେ ସମ୍ପନ୍ନ କରିବା ପାଇଁ ୨୫ ଲକ୍ଷରୁ ଅଧିକ ନିର୍ବାଚନ କର୍ମୀଙ୍କୁ ନିଯୁକ୍ତି କରିଛି। ଏହି ନିର୍ବାଚନରେ ପାତ୍ର ମତଦାତାଙ୍କ ସଂଖ୍ୟା ୧୭.୪ କୋଟିରୁ ଅଧିକ। ପ୍ରାୟ ସମସ୍ତ ୭୦ ମତଦାତାରେ ଜଣେ ନିର୍ବାଚନ କର୍ମୀ ନିଯୁକ୍ତ ହୋଇଛନ୍ତି।
ନିର୍ବାଚନ ଆୟୋଗଙ୍କ ଅନୁଯାୟୀ ନିଯୁକ୍ତ କର୍ମୀମାନଙ୍କ ମଧ୍ୟରେ ପ୍ରାୟ ୧୫ ଲକ୍ଷ ମତଦାନ କର୍ମୀ, ୮.୫ ଲକ୍ଷ ସୁରକ୍ଷା କର୍ମୀ, ୪୦ ହଜାର ମତଗଣନା କର୍ମୀ, ୪୯ ହଜାର ସୂକ୍ଷ୍ମ ପର୍ଯ୍ୟବେକ୍ଷକ, ୨୧ ହଜାର ସେକ୍ଟର ଅଧିକାରୀ, ମତଗଣନା ପାଇଁ ୧୫ ହଜାର ସୂକ୍ଷ୍ଣ ପର୍ଯ୍ୟବେକ୍ଷକ ଏବଂ ଅନ୍ୟ ଅଧିକାରୀ ସାମିଲ ଅଛନ୍ତି।
ଆୟୋଗ ଅନୁଯାୟୀ ୨୧ ଲକ୍ଷରୁ ଅଧିକ ବିଏଲ୍ଓ ସହିତ ଜମି ସ୍ତରର ନିର୍ବାଚନ ମେସିନାରୀ ମତଦାତାଙ୍କ ପାଇଁ ଫୋନ୍ କଲ୍ ଏବଂ ଇସିଆଇଏନ୍ଇଟ ଆପ୍ରେ ବିଲ୍ଓକୁ କଲ୍ ବୁକ୍ କରିବାର ସୁବିଧା ମାଧ୍ୟମରେ ଉପଲବ୍ଧ ଅଟେ। ଡିଇ ଓ/ଆର୍ଓ ସ୍ତରରେ କୌଣସି ଅଭିଯୋଗ/ପ୍ରଶ୍ନକୁ ଦର୍ଜ କରିବା ପାଇଁ କଲ୍ ସେଂଟର ନମ୍ବର +୯୧(ଏସ୍ଟିଡି କୋଡ଼) ୧୯୫୦ ମଧ୍ୟ ଉପଲବ୍ଧ ଅଟେ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି