ଇନ୍ଦୋରରେ ଇଲେକ୍ଟ୍ରିକ କାର ଚାର୍ଜିଂ ପଏଂଟରେ ବ୍ଲାଷ୍ଟ କାରଣରୁ ଘରେ ଲାଗିଲା ନିଆଁ, 6 ମୃତ
ଇନ୍ଦୋର, 18 ମାର୍ଚ୍ଚ (ହି.ସ.)-ମଧ୍ୟପ୍ରଦେଶର ଇନ୍ଦୋରରେ ବଙ୍ଗାଳୀ ଛକ ନିକଟରେ ଥିବା ଏକ କଲୋନୀରେ ଆଜି ଭୋର 4ଟା ସମୟରେ ଗୋଟିଏ ଘରରେ ଇଲେକ୍ଟ୍ରିକ୍ କାର୍ ଚାର୍ଜିଂ ସମୟରେ ଶର୍ଟ ସର୍କିଟ୍ ଯୋଗୁ ଘଟିଥିବା ଦୁର୍ଘଟଣାରେ ଛଅଜଣ ଜୀବନ୍ତ ଜଳି ମୃତ୍ୟୁବରଣ କରିଛନ୍ତି ।ଅନ୍
ଇନ୍ଦୋରରେ ଇଲେକ୍ଟ୍ରିକ କାର ଚାର୍ଜିଂ ପଏଂଟରେ ବ୍ଲାଷ୍ଟ କାରଣରୁ     ଘରେ ଲାଗିଲା ନିଆଁ, 6 ମୃତ


ଇନ୍ଦୋର, 18 ମାର୍ଚ୍ଚ (ହି.ସ.)-ମଧ୍ୟପ୍ରଦେଶର

ଇନ୍ଦୋରରେ ବଙ୍ଗାଳୀ ଛକ ନିକଟରେ ଥିବା ଏକ କଲୋନୀରେ ଆଜି ଭୋର 4ଟା ସମୟରେ ଗୋଟିଏ ଘରରେ

ଇଲେକ୍ଟ୍ରିକ୍ କାର୍ ଚାର୍ଜିଂ ସମୟରେ ଶର୍ଟ ସର୍କିଟ୍ ଯୋଗୁ ଘଟିଥିବା ଦୁର୍ଘଟଣାରେ ଛଅଜଣ

ଜୀବନ୍ତ ଜଳି ମୃତ୍ୟୁବରଣ କରିଛନ୍ତି ।ଅନ୍ୟ ତିନିଜଣ ଗୁରୁତର ଆହତ ହୋଇଛନ୍ତି।

ପୁଲିସର ପ୍ରାରମ୍ଭିକ ତଦନ୍ତ ଅନୁସାରେ, ପୁଗଲିଆ ପରିବାରର

ଘର ବାହାରେ ଗତ ରାତିରେ ଇଲେକ୍ଟ୍ରିକ୍ କାର୍ ଚାର୍ଜିଂରେ ଲାଗିଥିଲା। ପ୍ରଭାତି ପ୍ରାୟ 4ଟା

ସମୟରେ ଚାର୍ଜିଂ ପଏଣ୍ଟରେ ଶର୍ଟ ସର୍କିଟ୍ ହୋଇଥିଲା, ଯାହା ଫଳରେ କାରରେ ନିଆଁ ଲାଗିଯାଇଥିଲା। କେବଳ କିଛି ମୁହୂର୍ତ୍ତରେ ନିଆଁ

ଭୟାବହ ରୂପ ନେଇ ଘର ଭିତରକୁ ଖେଳିଯାଇଥିଲା। କୁହାଯାଉଛି ଯେ ଘର ଭିତରେ 10ରୁ ଅଧିକ ଗ୍ୟାସ୍

ସିଲିଣ୍ଡର ଓ ଜ୍ୱଳନଶୀଳ ପଦାର୍ଥ ରଖାଯାଇଥିଲା। ନିଆଁ ଲାଗିବା ସହିତ ସିଲିଣ୍ଡରଗୁଡ଼ିକରେ

ବିସ୍ଫୋରଣ ଆରମ୍ଭ ହୋଇଯାଇଥିଲା। ଅତି କମ 4ଟି ସିଲିଣ୍ଡର ପର୍ଯ୍ୟାୟକ୍ରମେ ଫାଟିଥିବା କୁହାଯାଉଛି, ଯାହାର ଫଳରେ ଜୋର

ଧମାକା ହୋଇ ସମଗ୍ର ଅଞ୍ଚଳ ଭୟଭୀତ ହୋଇପଡ଼ିଥିଲା ଏବଂ ଘରର ଏକ ଅଂଶ ଭାଙ୍ଗିପଡ଼ିଥିଲା।

ଦୁର୍ଘଟଣା ସମୟରେ ପୁଗଲିଆ ପରିବାରର ଘରରେ ପରିବାରିକ କାର୍ଯ୍ୟକ୍ରମ

ଚାଲୁଥିଲା, ଯାହା ଫଳରେ ଅନେକ ସଦସ୍ୟ

ଓ ଆତ୍ମୀୟ ଏକାଠି ଥିଲେ। ଘଟଣା ସମୟରେ ଅଧିକାଂଶ ଲୋକ ଶୋଇଥିବାରୁ ସେମାନେ ବାହାରକୁ ବାହାରିବାର

ସୁଯୋଗ ପାଇନଥିଲେ। ପରିସ୍ଥିତି ଆହୁରି ଗମ୍ଭୀର ହୋଇପଡ଼ିଥିଲା ଯେତେବେଳେ ବିଦ୍ୟୁତ ବିଚ୍ଛିନ୍ନ

ହେବା ପରେ ଘରରେ ଲାଗିଥିବା ଇଲେକ୍ଟ୍ରୋନିକ୍ ଲକ୍ କାମ କରିନଥିଲା। ଏହି କାରଣରୁ ଲୋକମାନେ ଘର

ଭିତରେ ଫସିରହିଥିବାର ଆଶଙ୍କା କରାଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande