ସଂସଦର ୧୯-୨୦ ମାର୍ଚ୍ଚ ବୈଠକ ରଦ୍ଦ, ଏବେ ଗୃହ ୨୮-୨୯ ମାର୍ଚ୍ଚ ଦିନ ଚାଲିବ
ନୂଆଦିଲ୍ଲୀ,୧୮ ମାର୍ଚ୍ଚ(ହି.ସ.) – ସଂସଦରେ ଏହି ସପ୍ତାହ ଗୁରୁବାର ଏବଂ ଶୁକ୍ରବାର ଦିନ ଅବକାଶ ହେବା କାରଣରୁ ଆସନ୍ତା ସପ୍ତାହାନ୍ତରେ ଶନିବାର ଏବଂ ରବିବାର ଦିନ ଦୁଇ ଗୃହର ବୈଠକ ଆୟୋଜିତ ହେବ। ସଦନର ପଟଳରେ ୧୯-୨୦ ମାର୍ଚ୍ଚକୁ ରଖାଯାଇଥିବା ପ୍ରଶ୍ନ ଏବେ ୨୩ ମାର୍ଚ୍ଚକୁ ରଖାଯିବ। ଲୋକସଭାରେ ପୀଠାସୀନ ସ
ସଂସଦର ୧୯-୨୦ ମାର୍ଚ୍ଚ ବୈଠକ ରଦ୍ଦ, ଏବେ ଗୃହ ୨୮-୨୯ ମାର୍ଚ୍ଚ ଦିନ ଚାଲିବ


ନୂଆଦିଲ୍ଲୀ,୧୮ ମାର୍ଚ୍ଚ(ହି.ସ.) – ସଂସଦରେ ଏହି ସପ୍ତାହ ଗୁରୁବାର ଏବଂ ଶୁକ୍ରବାର ଦିନ ଅବକାଶ ହେବା କାରଣରୁ ଆସନ୍ତା ସପ୍ତାହାନ୍ତରେ ଶନିବାର ଏବଂ ରବିବାର ଦିନ ଦୁଇ ଗୃହର ବୈଠକ ଆୟୋଜିତ ହେବ। ସଦନର ପଟଳରେ ୧୯-୨୦ ମାର୍ଚ୍ଚକୁ ରଖାଯାଇଥିବା ପ୍ରଶ୍ନ ଏବେ ୨୩ ମାର୍ଚ୍ଚକୁ ରଖାଯିବ।

ଲୋକସଭାରେ ପୀଠାସୀନ ସଭାପତି ଜଗଦମ୍ବିକା ପାଲ ବୁଧବାର ଦିନ କହିଛନ୍ତି ଯେ ଲୋକସଭା ପର୍ବ କାରଣରୁ ୧୯-୨୦ ମାର୍ଚ୍ଚ ବୈଠକ ରଦ୍ଦ କରିଛନ୍ତି। ଏହା ବଦଳରେ ଏବେ ଗୃହ ୨୮-୨୯ ମାର୍ଚ୍ଚ (ଶନିବାର-ରବିବାର) ଦିନ କାମ କରିବ। ଏହି ନିର୍ଣ୍ଣୟ କାମର ଘଂଟା ଭରଣା ପାଇଁ ନିଆଯାଇଛି। ରାଜ୍ୟସଭାରେ ଏହି ବାବଦରେ ଘୋଷଣା ପ୍ରଥମରୁ କରାଯାଇସାରିଛି।

ଜଗଦମ୍ବିକା ପାଲ କହିଛନ୍ତି ଯେ ଲୋକସଭା ୧୯ ମାର୍ଚ୍ଚ ଏବଂ ୨୦ ମାର୍ଚ୍ଚକୁ ନିର୍ଦ୍ଧାରିତ ଗୃହର ବୈଠକକୁ ରଦ୍ଦ କରିବା ଉପରେ ସହମତି ବ୍ୟକ୍ତ କରିଛନ୍ତି। ଏବେ ଗୃହ ଆବଶ୍ୟକ କାର୍ଯ୍ୟବାହିର ସଂଚଳନ ପାଇଁ ୨୮ ମାର୍ଚ୍ଚ ଏବଂ ୨୯ ମାର୍ଚ୍ଚକୁ ବସିବ। ଏହି ବ୍ୟବସ୍ଥା ଯୁଗାଦୀ(୧୯ ମାର୍ଚ୍ଚ) ଏବଂ ଇଦ୍(୨୦ ମାର୍ଚ୍ଚ)ର ଛୁଟି କାରଣରୁ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande