
ନୂଆଦିଲ୍ଲୀ, ୧୯ ମାର୍ଚ୍ଚ (ହି.ସ.)- ପଶ୍ଚିମ ଏସିଆରେ ଚାଲିଥିବା ଦ୍ୱନ୍ଦ୍ୱ ମଧ୍ୟରେ, ବିମାନ କମ୍ପାନୀଗୁଡ଼ିକ ସୀମିତ ଏବଂ ପର୍ଯ୍ୟାୟକ୍ରମେ ସେମାନଙ୍କର ଉଡ଼ାଣ ପରିଚାଳନା କରୁଛନ୍ତି। ଏୟାର ଇଣ୍ଡିଆ, ଏୟାର ଇଣ୍ଡିଆ ଏକ୍ସପ୍ରେସ ଏବଂ ଇଣ୍ଡିଗୋ ଦୁବାଇକୁ ସେମାନଙ୍କର ସେବା ପୁନର୍ବାର ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ବ୍ୟତୀତ, ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ ମିଳିତ ଭାବରେ ପଶ୍ଚିମ ଏସିଆ ଅଞ୍ଚଳକୁ ଏବଂ ସେଠାରୁ ୪୮ଟି ସୂଚୀବଦ୍ଧ ଏବଂ ଅଣ-ସୂଚୀବଦ୍ଧ ଉଡ଼ାଣ ପରିଚାଳନା କରିବେ।ଟାଟା ନେତୃତ୍ୱାଧୀନ ବିମାନ କମ୍ପାନୀ ଗୁରୁବାର ଜାରି ଏକ ବିବୃତ୍ତିରେ,ଘୋଷଣା କରିଛି ଯେ ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ ମିଳିତ ଭାବରେ ୧୯ ମାର୍ଚ୍ଚରେ ପଶ୍ଚିମ ଏସିଆକୁ ମୋଟ ୪୮ଟି ଉଡ଼ାଣ ପରିଚାଳନା କରିବେ। ଏୟାର ଇଣ୍ଡିଆର ଏକ ସରକାରୀ ବିବୃତ୍ତି ଅନୁଯାୟୀ, ଆଜି ମୋଟ ୪୮ଟି ଉଡ଼ାଣ ପରିଚାଳନା କରାଯିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ୧୬ଟି ନିୟମିତ ଉଡ଼ାଣ ଏବଂ ୩୨ଟି ସ୍ୱତନ୍ତ୍ର ଉଡ଼ାଣ ଅନ୍ତର୍ଭୁକ୍ତ, ଯାହା ଦୁବାଇ ପାଇଁ ମଧ୍ୟ ଉପଲବ୍ଧ ହେବ।ଇଣ୍ଡିଗୋ ଏକ୍ସ ପୋଷ୍ଟରେ ଦୁବାଇ ନାଗରିକ ଉ଼ଡାଣ ପ୍ରାଧିକରଣ ପ୍ରାପ୍ତ ସର୍ବଶେଷ ଅପଡେଟ୍ ପରେ ଦୁବାଇକୁ ଏବଂ ସେଠାରୁ ବିମାନ ଚଳାଚଳ ୧୮ ମାର୍ଚ୍ଚ ସନ୍ଧ୍ୟା ୪ଟା (ଡିଏକ୍ସବି ସ୍ଥାନୀୟ ସମୟାନୁସାରେ )ପୁନର୍ବାର ଆରମ୍ଭ ହୋଇଛି।ଆକାସା ଏୟାର କହିଛି ଯେ, ସୁରକ୍ଷା ମୂଲ୍ୟାଙ୍କନ ଏବଂ ପ୍ରଚଳିତ ପରିସ୍ଥିତିର ସମୀକ୍ଷା ପରେ, ଏହା ଧୀରେ ଧୀରେ ଏହି ଅଞ୍ଚଳରେ କିଛି ନିର୍ଦ୍ଦିଷ୍ଟ ସେବା ପୁନଃସ୍ଥାପିତ କରିବ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା