
ଅଯୋଧ୍ୟା, 19 ମାର୍ଚ୍ଚ (ହି.ସ.)- ହିନ୍ଦୁ ନବବର୍ଷ
(ବର୍ଷ ପ୍ରତିପଦା) ଏବଂ ଚୈତ୍ର ନବରାତ୍ରିର ପ୍ରଥମ ଦିନ ଗୁରୁବାର ଦିନ ରାଷ୍ଟ୍ରପତି ଦ୍ରୌପଦୀ
ମୁର୍ମୁ ରାମନଗରୀ ଅଯୋଧ୍ୟାକୁ ପହଞ୍ଚିବେ। ସେଠାରେ ଶ୍ରୀରାମ ଜନ୍ମଭୂମି ମନ୍ଦିର ପରିସରରେ
ଶ୍ରୀରାମ ଯନ୍ତ୍ର ସ୍ଥାପନା କରିବେ। ସେଥିସହିତ ବେଦିକ ଅନୁଷ୍ଠାନରେ ମୁଖ୍ୟ ଅତିଥି ଭାବେ
ଯୋଗଦେବେ। ଏହି ଗସ୍ତ ରାମ ମନ୍ଦିରର ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଯୋଡ଼ିବ, କାରଣ ରାମ ଯନ୍ତ୍ରର ସ୍ଥାପନା ମନ୍ଦିରର ଦ୍ୱିତୀୟ ତଳରେ ହେବ, ଯାହା ଆଧ୍ୟାତ୍ମିକ ଏବଂ ବାସ୍ତୁଶାସ୍ତ୍ରୀୟ ଦୃଷ୍ଟିରୁ ଅତ୍ୟନ୍ତ
ପବିତ୍ର ଧରାଯାଏ।
ରାଷ୍ଟ୍ରପତି ଦ୍ରୌପଦୀ
ମୁର୍ମୁ ସକାଳ ପ୍ରାୟ ୧୧:୧୦ ବେଳେ ଅଯୋଧ୍ୟା ବିମାନବନ୍ଦରରେ ଅବତରଣ କରିବେ। ସେଠାରେ ଉତ୍ତର
ପ୍ରଦେଶର ରାଜ୍ୟପାଳ ଆନନ୍ଦୀବେନ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କୁ ସ୍ୱାଗତ
କରିବେ। କଠୋର ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାଷ୍ଟ୍ରପତି ସଡ଼କ ମାର୍ଗରେ ଶ୍ରୀରାମ ମନ୍ଦିର
ପରିସରକୁ ଯିବେ। ବିମାନବନ୍ଦରରୁ ମନ୍ଦିର ପର୍ଯ୍ୟନ୍ତ ଯାତ୍ରା ସମୟରେ ୨୦ଟି ସ୍ଥାନରେ
ସାଂସ୍କୃତିକ ସ୍ୱାଗତ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହି ମଞ୍ଚଗୁଡ଼ିକ ରାମଭକ୍ତି, ଲୋକନୃତ୍ୟ, ଭଜନ-କୀର୍ତ୍ତନ ଏବଂ
ରାମାୟଣରୁ ପ୍ରେରିତ ପ୍ରସ୍ତୁତିରେ ସୁସଜ୍ଜିତ ହେବ, ଯାହା
ସମଗ୍ର ପଥକୁ ଆଧ୍ୟାତ୍ମିକ ଉତ୍ସାହରେ ପୂର୍ଣ୍ଣ କରିଦେବ।
ଶ୍ରୀରାମ ମନ୍ଦିରକୁ
ପହଞ୍ଚିବା ପରେ ରାଷ୍ଟ୍ରପତି ମନ୍ଦିରର ଦ୍ୱିତୀୟ ତଳରେ ଅବସ୍ଥିତ ଗର୍ଭଗୃହରେ ଶ୍ରୀରାମ ଯନ୍ତ୍ରର
ବିଧିବତ୍ ସ୍ଥାପନା ଏବଂ ପୂଜା କରିବେ। ସେଥିସହ ରାମ ମନ୍ଦିର ପରିଷଦରେ ରାଷ୍ଟ୍ରପତି ଏବଂ
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କର ଉଦ୍ବୋଧନ କାର୍ଯ୍ୟକ୍ରମ ମଧ୍ୟ ପ୍ରସ୍ତାବିତ ଅଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା