ଦିଲ୍ଲୀ-ଏନସିଆରରେ ବର୍ଷା ଯୋଗୁ ପାଗ ଭଲ, ବାୟୁ ଗୁଣବତ୍ତାରେ ସୁଧାର
ନୂଆଦିଲ୍ଲୀ, 19 ମାର୍ଚ୍ଚ (ହି.ସ.)- ଦିଲ୍ଲୀ-ଏନସିଆରରେ ବୁଧବାର ସନ୍ଧ୍ୟାରେ ହୋଇଥିବା ବର୍ଷା ଏବଂ ଗୁରୁବାର ହଲୁକା ଝିପିଝିପ ବର୍ଷା ହେବାରୁ ତାପମାତ୍ରାରେ 5 ରୁ 10 ଡିଗ୍ରୀ ସେଲସିଅସ ପର୍ଯ୍ୟନ୍ତ ହ୍ରାସ ହୋଇଛି । ପାଲମ ଏବଂ ସଫଦରଜଙ୍ଗରେ ତାପମାତ୍ରା 29 ଡିଗ୍ରୀରୁ କମି 19
ଦିଲ୍ଲୀ-ଏନସିଆରରେ ବର୍ଷା ଯୋଗୁ ପାଗ ଭଲ, ବାୟୁ ଗୁଣବତ୍ତାରେ ସୁଧାର


ନୂଆଦିଲ୍ଲୀ, 19 ମାର୍ଚ୍ଚ (ହି.ସ.)- ଦିଲ୍ଲୀ-ଏନସିଆରରେ ବୁଧବାର ସନ୍ଧ୍ୟାରେ ହୋଇଥିବା ବର୍ଷା

ଏବଂ ଗୁରୁବାର ହଲୁକା ଝିପିଝିପ ବର୍ଷା ହେବାରୁ ତାପମାତ୍ରାରେ 5 ରୁ 10 ଡିଗ୍ରୀ ସେଲସିଅସ

ପର୍ଯ୍ୟନ୍ତ ହ୍ରାସ ହୋଇଛି । ପାଲମ ଏବଂ ସଫଦରଜଙ୍ଗରେ ତାପମାତ୍ରା 29 ଡିଗ୍ରୀରୁ କମି 19

ଡିଗ୍ରୀ ସେଲସିଅସ ହୋଇଯାଇଛି,

ଯେତେବେଳେ ଲୋଧି

ରୋଡରେ 8.5 ଡିଗ୍ରୀର କମିବା ରେକର୍ଡ ହୋଇଛି। ଅନ୍ୟ ଅଞ୍ଚଳରେ ମଧ୍ୟ ତାପମାତ୍ରା 5 ରୁ 10

ଡିଗ୍ରୀ ପର୍ଯ୍ୟନ୍ତ କମିଛି। ବର୍ଷାରୁ ପରିବେଶ ଭଲ ହୋଇଛି ଏବଂ ବାୟୁ ଗୁଣଗତାରେ ମଧ୍ୟ ସୁଧାର

ଦେଖାଯାଇଛି।

ଭାରତୀୟ ପାଣିପାଗ ବିଭାଗ ଆଜି (19 ମାର୍ଚ୍ଚ) ପାଇଁ ବର୍ଷାର ୟେଲୋ

ଆଲର୍ଟ ଜାରି କରି ସତର୍କ କରିଛି ଯେ ଦ୍ୱିପ୍ରହରରୁ ରାତି ମଧ୍ୟରେ କେବେବି ମେଘ ଘଡଘଡି ଓ ବିଜୁଳି

ସହ ବର୍ଷା ହେବା ସହ ଜୋର ପବନ ବହିପାରେ। ଗୁରୁବାର ସକାଳରେ ମଧ୍ୟ କିଛି ଅଞ୍ଚଳରେ ହଳୁକା ଝିପିଝିପି

ବର୍ଷା ହୋଇଥିଲା ଏବଂ ଥଣ୍ଡା ପବନ ପାଣିପାଗକୁ ଆହୁରି ଭଲ କରିଥିଲା। ଆସନ୍ତା ଦୁଇ ଦିନ

ପର୍ଯ୍ୟନ୍ତ ପାଣିପାଗରେ ପରିବର୍ତ୍ତନ ହେବ ଏବଂ ମଝିରେ ମଝିରେ ବର୍ଷା ଓ ଝଡ଼ର ପ୍ରଭାବ ଦେଖିବାକୁ

ମିଳିବ। ରାଜଧାନୀର ଅନେକ ଅଞ୍ଚଳରେ ସକାଳରୁ ମେଘାଛାଦିତ ଆକାଶ ଥିଲା ଏବଂ ପବନର ଗତି ସାଧାରଣ

ଠାରୁ ଅଧିକ ଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande