ଚୈତ୍ର ନବରାତ୍ରି ଏବଂ ନୂତନ ବର୍ଷରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ଗୃହମନ୍ତ୍ରୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ
ନୂଆଦିଲ୍ଲୀ, ୧୯ ମାର୍ଚ୍ଚ (ହି.ସ.)- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ୍ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନ୍ୟାନ୍ୟ ନେତାମାନେ ଗୁରୁବାର ଦିନ ଚୈତ୍ର ନବରାତ୍ରି, ନୂତନ ବର୍ଷ ଏବଂ ଗୁଡି ପଡୱାରେ ଦେଶବାସୀଙ୍କୁ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଛନ୍ତି । ରାଷ୍ଟ୍ର
ଚୈତ୍ର ନବରାତ୍ରି ଏବଂ ନୂତନ ବର୍ଷରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ଗୃହମନ୍ତ୍ରୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ


ନୂଆଦିଲ୍ଲୀ, ୧୯ ମାର୍ଚ୍ଚ (ହି.ସ.)- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ୍ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନ୍ୟାନ୍ୟ ନେତାମାନେ ଗୁରୁବାର ଦିନ ଚୈତ୍ର ନବରାତ୍ରି, ନୂତନ ବର୍ଷ ଏବଂ ଗୁଡି ପଡୱାରେ ଦେଶବାସୀଙ୍କୁ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଛନ୍ତି ।

ରାଷ୍ଟ୍ରପତି ଏକ୍ସ ରେ ତାଙ୍କ ବାର୍ତାରେ କହିଛନ୍ତି ଯେ, ମୁଁ ଚୈତ୍ର ଶୁକ୍ଳାଦି, ଉଗାଦି, ଗୁଡି ପଡୱା, ଚେତି ଚାନ୍ଦ, ନବରେହ ଏବଂ ସାଜିବୁ-ଚେରୋବାର ପବିତ୍ର ଅବସରରେ ସମସ୍ତ ନାଗରିକଙ୍କୁ ମୋର ହୃଦୟସ୍ପର୍ଶୀ ଶୁଭେଚ୍ଛା ଜଣାଉଛି । ନୂତନ ବର୍ଷର ଆଗମନକୁ ସ୍ୱାଗତ କରିବା ପାଇଁ ଦେଶର ବିଭିନ୍ନ ସ୍ଥାନରେ ପାଳିତ ଏହି ପର୍ବଗୁଡ଼ିକ ଭାରତର ସମୃଦ୍ଧ ସାଂସ୍କୃତିକ ବିବିଧତାର ଉଲ୍ଲାସପୂର୍ଣ୍ଣ ପ୍ରତୀକ ଅଟେ । ମୁଁ ମଙ୍ଗଳକାମନା କରୁଛି ଯେ, ଏହି ସୁଖଦ ପର୍ବ ସମସ୍ତଙ୍କ ଜୀବନରେ ସମୃଦ୍ଧି ଏବଂ ନୂତନ ଆଶାର ସଂଚାର କରୁ ।

ଉପରାଷ୍ଟ୍ରପତି କହିଛନ୍ତି ଯେ, ଦେଶର ବିଭିନ୍ନ ସ୍ଥାନରେ ପାଳିତ ଏହି ପର୍ବଗୁଡ଼ିକ ପାରମ୍ପରିକ ନୂତନ ବର୍ଷର ଆରମ୍ଭ, ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ବିବିଧତାରେ ଏକତାକୁ ପ୍ରତିଫଳିତ କରେ । ଏହି ଶୁଭ ଅବସରଗୁଡ଼ିକ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଏବଂ ନୂତନ ଆଶା ଆଣୁ ।

ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ଆପଣଙ୍କ ଉତମ ସ୍ୱାସ୍ଥ୍ୟ, ସମୃଦ୍ଧି ଏବଂ ଏକ ସମୃଦ୍ଧ ଜୀବନ ପାଇଁ ଦେବୀ ଭଗବତୀଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି । ଏହି ନୂତନ ବର୍ଷରେ ଭଗବାନ ସମସ୍ତଙ୍କ ଜୀବନରେ ନୂତନ ଶକ୍ତି, ନୂତନ ଚେତନା ଏବଂ ସମୃଦ୍ଧି ସଂଚାର କରନ୍ତୁ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande