
ନୂଆଦିଲ୍ଲୀ, 19 ମାର୍ଚ୍ଚ (ହି.ସ.)- ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦି ଆଜି ଚୈତ୍ର ନବରାତ୍ରି ଆରମ୍ଭ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ସେ କାମନା କରିଛନ୍ତି ଯେ ଶକ୍ତିସ୍ୱରୂପା ମା ଦୁର୍ଗାଙ୍କ ଅସୀମ କୃପାରେ ସମସ୍ତଙ୍କର ମଙ୍ଗଳ ହେଉ
ଏବଂ ବିକଶିତ ଭାରତ ପାଇଁ ଆମର ସଂକଳ୍ପକୁ ନୂତନ ଶକ୍ତି ମିଳୁ।
ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସରେ
ଲେଖିଛନ୍ତି,
ଦେଶର ସମସ୍ତ ପରିବାରଜନଙ୍କୁ ନବରାତ୍ରିର
ହାର୍ଦ୍ଦିକ ଶୁଭେଚ୍ଛା। ଶକ୍ତିର ଆରାଧନାର ଏହି ଦିବ୍ୟ ଅବସର ଆପଣମାନଙ୍କ ପାଇଁ ସୁଖ, ସୌଭାଗ୍ୟ, ସମୃଦ୍ଧି ଏବଂ ଉତ୍ତମ
ସ୍ୱାସ୍ଥ୍ୟ ଆଣୁ। ମା ଦୁର୍ଗାଙ୍କ ଅସୀମ କୃପାରେ ସମସ୍ତଙ୍କ ମଙ୍ଗଳ ହେଉ, ଯାହା ଆମ ବିକଶିତ ଭାରତର ସଂକଳ୍ପକୁ ନୂତନ ଶକ୍ତି ଦେବ। ଜୟ ଅମ୍ବେ
ଜଗଦମ୍ବେ ମା।
ସେ ଅନ୍ୟ ଏକ ପୋଷ୍ଟରେ
ସଂସ୍କୃତ ସୁଭାଷିତ ସେୟାର କରି କହିଛନ୍ତି, ନବରାତ୍ରିର ପ୍ରଥମ ଦିନ ମା ଦୁର୍ଗାଙ୍କ ପ୍ରଥମ ରୂପ ଦେବୀ ଶୈଳପୁତ୍ରୀଙ୍କ ପୂଜାର ବିଧାନ
ଅଛି। ତାଙ୍କ ଆଶୀର୍ବାଦରେ ପ୍ରତ୍ୟେକଙ୍କ ଜୀବନରେ ସଂୟମ, ଶାନ୍ତି ଏବଂ ସକାରାତ୍ମକ ଶକ୍ତିର ସଞ୍ଚାର ହେଉ, ଏହା ମୋର
କାମନା।
ସେ ଲେଖିଛନ୍ତି, ବନ୍ଦେ ବାଞ୍ଛିତଲାଭାୟ ଚନ୍ଦ୍ରାର୍ଧକୃତଶେଖରାମ୍। ବୃଷାରୂଢାଂ
ଶୂଳଧରାଂ ଶୈଳପୁତ୍ରୀଂ ଯଶସ୍ୱିନୀମ୍। ଏହାର ଅର୍ଥ, ଯେଉଁ ଦେବୀ ଭକ୍ତମାନଙ୍କ ସମସ୍ତ ଇଚ୍ଛା ପୂରଣ କରନ୍ତି, ଯାହାଙ୍କ ମସ୍ତକରେ ଅର୍ଧଚନ୍ଦ୍ର ଶୋଭିତ, ଯେଉଁମାନେ ବୃଷଭ ଉପରେ ଆସୀନ ଓ ହାତରେ ତ୍ରିଶୂଳ ଧାରଣ କରିଛନ୍ତି, ସେହି ଯଶସ୍ୱିନୀ ଦେବୀ ଶୈଳପୁତ୍ରୀଙ୍କୁ ମୁଁ ନମନ କରୁଛି।
ପ୍ରଧାନମନ୍ତ୍ରୀ ମୋଦୀ ଏକ
ଭଜନ ମଧ୍ୟ ସେୟାର କରି କହିଛନ୍ତି, ଜଗତଜନନୀ ମା
ଦୁର୍ଗାଙ୍କ ପାଦପଦ୍ମରେ କୋଟି କୋଟି ଦେଶବାସୀଙ୍କ ପକ୍ଷରୁ ମୋର ନମନ ଓ ବନ୍ଦନ। ନବରାତ୍ରିର ପାବନ
ପର୍ବରେ ମାଙ୍କୁ ପ୍ରାର୍ଥନା ଯେ ସେ ସମସ୍ତଙ୍କୁ ନିଜ ସ୍ନେହ ଓ କୃପାର ଆଶୀର୍ବାଦ ଦିଅନ୍ତୁ। ଜୟ
ମାତା ଦି।
ଏହି ସମୟରେ ପ୍ରଧାନମନ୍ତ୍ରୀ
ନବ ସମ୍ବତ୍ସର ଅବସରରେ ମଧ୍ୟ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି, ଦେଶବାସୀଙ୍କୁ ନବ ସମ୍ବତ୍ସରର ଅନନ୍ତ ଶୁଭେଚ୍ଛା। ମୋର କାମନା ଯେ ଏହି
ନୂତନ ବର୍ଷ ଆପଣମାନଙ୍କ ଜୀବନରେ ସାହସ, ଆତ୍ମବିଶ୍ୱାସ ଓ ସେବାଭାବକୁ
ଆହୁରି ଶକ୍ତିଶାଳୀ କରୁ, ଯାହା ରାଷ୍ଟ୍ର ନିର୍ମାଣର
ପ୍ରୟାସକୁ ନୂତନ ଶକ୍ତି ଦେବ।
ସେ ଗୁଡ଼ି ପଡ଼ୱା ଅବସରରେ
ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଗୁଡ଼ି ପଡ଼ୱାର ପାବନ ଅବସରରେ ଆପଣମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା।
ଏହି ସୁନ୍ଦର ପର୍ବ ନୂତନ ବର୍ଷର ଆଗମନର ପ୍ରତୀକ, ଯାହା
ନୂତନ ଶକ୍ତି,
ଆଶା ଓ ନୂତନ ସୁଯୋଗର ବାର୍ତ୍ତା ନେଇ ଆସେ। ଆସନ୍ତା ବର୍ଷ ଆପଣମାନଙ୍କ
ପାଇଁ ସୁଖ, ସଫଳତା ଓ ଉତ୍ତମ ସ୍ୱାସ୍ଥ୍ୟରେ ପୂର୍ଣ୍ଣ ହେଉ ଏବଂ ସମସ୍ତଙ୍କୁ ଦୃଢ଼
ସଂକଳ୍ପ ସହ ଆଗକୁ ବଢ଼ିବାର ପ୍ରେରଣା ଦେଉ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା