ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଶ୍ରୀରାମ ଯନ୍ତ୍ର ସ୍ଥାପନ କଲେ ରାଷ୍ଟ୍ରପତି : ଶ୍ରୀରାମ ଯନ୍ତ୍ର ସ୍ଥାପନ ସହିତ ଶ୍ରୀରାମ ଜନ୍ମଭୂମି ମନ୍ଦିର ଏକ ନୂତନ ଇତିହାସର ସାକ୍ଷୀ ହେଲା
ଅଯୋଧ୍ୟା, ୧୯ ମାର୍ଚ୍ଚ (ହି.ସ.)- ଚୈତ୍ର ନବରାତ୍ରିର ପ୍ରଥମ ଦିନ ଏବଂ ସନାତନ ନବବର୍ଷ (ବିକ୍ରମ ସମ୍ୱତ ୨୦୮୩) ର ଶୁଭ ଅବସରରେ, ଉତର ପ୍ରଦେଶରେ ପ୍ରଭୁ ଶ୍ରୀରାମଙ୍କ ନଗରୀ ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମିରେ ମହାନ୍ ମନ୍ଦିର ନିର୍ମାଣ ସମାପ୍ତିକୁ ଲକ୍ଷ୍ୟ କରି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀରାମ ଯ
ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଶ୍ରୀରାମ ଯନ୍ତ୍ର ସ୍ଥାପନ କଲେ ରାଷ୍ଟ୍ରପତି : ଶ୍ରୀରାମ ଯନ୍ତ୍ର ସ୍ଥାପନ ସହିତ ଶ୍ରୀରାମ ଜନ୍ମଭୂମି ମନ୍ଦିର ଏକ ନୂତନ ଇତିହାସର ସାକ୍ଷୀ ହେଲା


ଅଯୋଧ୍ୟା, ୧୯ ମାର୍ଚ୍ଚ (ହି.ସ.)- ଚୈତ୍ର ନବରାତ୍ରିର ପ୍ରଥମ ଦିନ ଏବଂ ସନାତନ ନବବର୍ଷ (ବିକ୍ରମ ସମ୍ୱତ ୨୦୮୩) ର ଶୁଭ ଅବସରରେ, ଉତର ପ୍ରଦେଶରେ ପ୍ରଭୁ ଶ୍ରୀରାମଙ୍କ ନଗରୀ ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମିରେ ମହାନ୍ ମନ୍ଦିର ନିର୍ମାଣ ସମାପ୍ତିକୁ ଲକ୍ଷ୍ୟ କରି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀରାମ ଯନ୍ତ୍ର ସ୍ଥାପନ କରିଛନ୍ତି । ଏହି ଶ୍ରୀରାମ ଯନ୍ତ୍ର ଜନ୍ମଭୂମି ମନ୍ଦିରର ଦ୍ୱିତୀୟ ମହଲାର ଗର୍ଭଗୃହରେ ବୈଦିକ ଆଚାର୍ଯ୍ୟଙ୍କ ଦ୍ୱାରା ଅଭିଜିତ ମୁହୂର୍ତରେ ମନ୍ତ୍ର ଉଚ୍ଚାରଣ ଏବଂ ବିଧି ମୁତାବକ ପୂଜାର୍ଚ୍ଚନା ପରେ ସ୍ଥାପନ କରାଯାଇଛି ।

ଶ୍ରୀରାମ ମନ୍ଦିରରେ ପହଂଚିବା ପରେ ରାଷ୍ଟ୍ରପତି ମୁର୍ମୁ ପ୍ରଥମେ ପ୍ରଭୁ ଶ୍ରୀରାମ ଲାଲାଙ୍କୁ ଦର୍ଶନ କରିଥିଲେ, ପୂଜା ଏବଂ ଆରତୀ କରିଥିଲେ, ଏବଂ ତା'ପରେ ଶ୍ରୀରାମ ଯନ୍ତ୍ର ସ୍ଥାପନର ବିଧାନ ସମାପ୍ତ କରିଥିଲେ । ଶ୍ରୀରାମ ଯନ୍ତ୍ର ଯଥାବିଧି ସ୍ଥାପନ କରାଯିବା ସହିତ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣ ଏକ ନୂତନ ଇତିହାସର ସାକ୍ଷୀ ହୋଇଥିଲା । ଶ୍ରୀରାମ ଯନ୍ତ୍ର ସ୍ଥାପନ ହେବା ମାତ୍ରେ, ଶ୍ରୀରାମ ଜନ୍ମଭୂମି ମନ୍ଦିର ପରିସର ପ୍ରଭୁ ଶ୍ରୀରାମଙ୍କ ଜୟ ଜୟକାରରେ ପ୍ରକମ୍ପିତ ହୋଇଉଠିଥିଲା ।

ଏହି ଅବସରରେ ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ, କେରଳରୁ ଆସିଥିବା ମାତା ଅମୃତାନନ୍ଦମୟୀ ଆମ୍ମା ଜୀ, ଉତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଶ୍ରୀରାମ ମନ୍ଦିର ଟ୍ରଷ୍ଟର କୋଷାଧ୍ୟକ୍ଷ ଗୋବିନ୍ଦ ଦେବ ଗିରି, ପୂଜ୍ୟ ସାଧୁସନ୍ଥ ଏବଂ ଦେଶ ବିଦେଶରୁ ଆସିଥିବା ସାତ ହଜାରରୁ ଅଧିକ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande