
ନାଗପୁର,୧୯ ମାର୍ଚ୍ଚ(ହି.ସ.) – ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡା. ମୋହନ ଭାଗବତ ଗୁରୁବାର ଦିନ ନାଗପୁରରେ କହିଛନ୍ତି ଯେ ଏବେ ବିରୋଧି ଏବଂ କମ୍ୟୁନିଷ୍ଟ ମଧ୍ୟ ସଂଘର ଭଲପଣକୁ ସ୍ୱୀକାର କରିବାକୁ ଲାଗିଲେଣି।
ସରସଂଘଚାଳକ ଡା. ଭାଗବତ ଆଜି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିଶ, କେନ୍ଦ୍ରୀୟ ମନ୍ତ୍ରୀ ନିତିନ ଗଡ଼କରି ଏବଂ ଡା. ବିଳାସ ଡାଂଗରେଙ୍କ ଉପସ୍ଥିତିରେ ସ୍ଥାନୀୟ ସୁରେଶ ଭଟ୍ଟ ସଭାଗାରରେ ଆୟୋଜିତ ଏକ ସାକ୍ଷାତକାର କାର୍ଯ୍ୟକ୍ରମରେ କହିଥିଲେ।
ସରସଂଘଚାଳକ କହିଛନ୍ତି ଯେ ପରସ୍ପର ପ୍ରେମ ଏବଂ ଆତ୍ମୀୟତା କାରଣରୁ ସଂଘ ଏବଂ ଏହାର କାର୍ଯ୍ୟ ବଢ଼ିଛି। ଯେ ପର୍ଯ୍ୟନ୍ତ ଦୁଇ ବ୍ୟକ୍ତି ଜଣେ ଅନ୍ୟଜଣକୁ ସାକ୍ଷାତ କରିବେ, ସେ ପର୍ଯ୍ୟନ୍ତ ସଂଘ ସମାପ୍ତ ହେବନାହିଁ। ଏବେ ବିରୋଧି ଏବଂ କମ୍ୟୁନିଷ୍ଟ ମଧ୍ୟ ସଂଘର ଭଲପଣକୁ ସ୍ୱୀକାର କରୁଛନ୍ତି। ସେ କହିଛନ୍ତି ଯେ ଅନୁକୂଳତା ଏକ ବଡ଼ ଆହ୍ୱାନ ହୁଏ ଏବଂ ପତନର ଆରମ୍ଭ ମଧ୍ୟ ଅନୁକୂଳତାରେ ହେବ। ଏବେପର୍ଯ୍ୟନ୍ତ ସଂଘର ସ୍ୱୟଂସେବକ ପ୍ରସିଦ୍ଧିର ଅନୁରୂପ ହୋଇନାହିଁ ଏବଂ ଏପରି ନହେଉ, ଏହାର ପ୍ରୟାସ ମଧ୍ୟ କରାଯାଉଛି। ଅନୁକୁଳ ପରିସ୍ଥିତିରେ କାର୍ଯ୍ୟ କିପରି କରାଯାଏ, ଏହା ବିଷୟ ବୌଦ୍ଧିକ ବର୍ଗରେ ଚର୍ଚ୍ଚାର ବିଷୟ। ସ୍ୱୟଂସେବକଙ୍କୁ ଅନୁକୂଳତାର ଦୁଷ୍ପ୍ରଭାବ ନହେଉ, ଏହାଉପରେ ବିଚାର ଏବଂ ପ୍ରୟାସ ନିରନ୍ତର ଜାରି ରହିଛି।
ସଂଘ ପ୍ରମୁଖ କହିଛନ୍ତି ଯେ ଗତ ୧୦୦ ବର୍ଷରେ ସଂଘର କାର୍ଯ୍ୟ ବ୍ୟାପକ ହୋଇଛି, ଏଥିପାଇଁ ସଂରଚନାର ବିକେନ୍ଦ୍ରୀକରଣ ଆବଶ୍ୟକ ହୋଇଛି। କାର୍ଯ୍ୟ ସମୟରେ କେତେଥର ଶାସନ-ପ୍ରଶାସନ ସହିତ ସମ୍ପର୍କ ହୁଏ, ଏଥିପାଇଁ ଅଲଗା ଅଲଗା ବ୍ୟବସ୍ଥାର ଆବଶ୍ରକତା ଅନୁଭୂତ ହୋଇଛି। ଏହି ବିଚାରରେ ପ୍ରାନ୍ତର ସ୍ଥାନରେ ଏବେ ବିଭାଗର ସଂରଚନା ବନାଯାଇଛି। ଲୋକମାନଙ୍କ ସହିତ ମିତ୍ରତା ସ୍ଥାପିତ କରିବା ଏବଂ ନିଜ ଉଦାହରଣରେ ପରିବର୍ତନ ଆଣିବା ସଂଘର କାର୍ଯ୍ୟପଦ୍ଧତି ଅଟେ। ସମୟ ଅନୁଯାୟୀ ସ୍ୱରୂପ ବଦଳେ, ପରନ୍ତୁ କାର୍ଯ୍ୟପଦ୍ଧତି ସେହିଠାରେ ରହିଯାଏ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି