
ଅହମଦାବାଦ, 19 ମାର୍ଚ୍ଚ (ହି.ସ.)- ଗୁଜରାଟର ଅହମଦାବାଦ କ୍ରାଇମବ୍ରାଞ୍ଚ ଗତକାଲି ରାତିରେ ଅମରାଇୱାଡ଼ୀ
ଅଞ୍ଚଳରେ ବଡ଼ କାର୍ଯ୍ୟାନୁଷ୍ଠାନ କରି କୋଟି କୋଟି ଟଙ୍କାର ନକଲି ଭାରତୀୟ ମୁଦ୍ରା ଜବତ କରିଛି।
ଏହି ମାମଲାରେ ସୁରତର ଜଣେ ମହିଳା ସହିତ ମୋଟ 6 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ପୋଲିସ ଅନୁସାରେ, ଅଭିଯୁକ୍ତମାନଙ୍କ ପାଖରୁ ମୋଟ 2.90 କୋଟି ଟଙ୍କାର ନକଲି ନୋଟ ଜବତ
ହୋଇଛି। ଏଥିରୁ 2.10 କୋଟି ଅହମଦାବାଦରୁ ଏବଂ 80 ଲକ୍ଷ ଟଙ୍କା ସୁରତରୁ ଜବତ କରାଯାଇଛି। ଏତେ
ବଡ଼ ପରିମାଣର ନୋଟ ଗଣନା କରିବାକୁ ପୋଲିସକୁ ପ୍ରାୟ 6 ଘଣ୍ଟା ସମୟ ଲାଗିଥିଲା।
କ୍ରାଇମ ବ୍ରାଞ୍ଚର ଡିସିପି ଅଜିତ ରାଜିୟାନ କହିଛନ୍ତି ଯେ
ଅଭିଯୁକ୍ତମାନେ ଚୀନରୁ ଉଚ୍ଚ ଗୁଣସ୍ତରର କାଗଜ ଆଣି ନକଲି ନୋଟ ପ୍ରସ୍ତୁତ କରୁଥିଲେ। ଏହି
ନୋଟଗୁଡ଼ିକୁ ବିଶେଷକରି ଜମି ବ୍ୟବସାୟରେ ବ୍ୟବହାର କରାଯାଉଥିଲା ଏବଂ ଏଥିପାଇଁ ଆଙ୍ଗଡ଼ିଆ
ନେଟୱର୍କର ମଧ୍ୟ ବ୍ୟବହାର ହୋଇଥିଲା। ପ୍ରାରମ୍ଭିକ ତଦନ୍ତରେ ଏହା ମଧ୍ୟ ସାମ୍ନାକୁ ଆସିଛି ଯେ
ଅଭିଯୁକ୍ତମାନେ ପୂର୍ବରୁ ମଧ୍ୟ ଅହମଦାବାଦରେ 3-4ଟି ଆର୍ଥିକ ନେଣଦେଣ କରିଥିଲେ।
ପୋଲିସ ଗୁପ୍ତ ସୂଚନା ଆଧାରରେ ଅମରାଇୱାଡ଼ୀରେ ଗୋଟିଏ ସନ୍ଦେହଜନକ
ଲଗ୍ଜୁରି କାରକୁ ଅଟକାଇଥିଲା,
ଯେଉଁଥିରେ “ସତ୍ୟମ
ଯୋଗ ଫାଉଣ୍ଡେସନ” ଲେଖା ଥିଲା। ତଦନ୍ତ ସମୟରେ ଗାଡ଼ିରୁ ବହୁ ପରିମାଣର ନକଲି ନୋଟ ଜବତ ହୋଇଥିଲା।
ଅଭିଯୁକ୍ତମାନେ ଗାଡ଼ିକୁ ସରକାରୀ ଯାନ ଭାବେ ଦେଖାଇବା ପାଇଁ ଭାରତ ସରକାର ଓ ଆୟୁଷ ମନ୍ତ୍ରଣାଳୟ
ନାମର ଦୁରୁପଯୋଗ କରୁଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା