
ନୂଆଦିଲ୍ଲୀ, 19 ମାର୍ଚ୍ଚ (ହି.ସ.)- ଦେଶବାସୀଙ୍କୁ
ନବରାତ୍ରୀର ଶୁଭକାମନା ଜଣାଇଛନ୍ତି ପିଏମ ମୋଦି । ଏନେଇ ସୋସିଆଲ ମିଡିଆ ଏକ୍ସରେ
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସାରା ଦେଶରେ ମୋର ପରିବାରଜନଙ୍କୁ ନବରାତ୍ରୀର ହାର୍ଦ୍ଦିକ
ମଙ୍ଗଳକାମନା । ଶକ୍ତି ଓ ଆରାଧନାର ଏହି ଦିବ୍ୟ ଅବସର ଆପଣ ସମସ୍ତଙ୍କ ପାଇଁ ସୁଖ, ସୌଭାଗ୍ୟ,
ସମୃଦ୍ଧି ଓ ଉତମ ସ୍ୱାସ୍ଥ୍ୟ ନେଇ କରି ଆସୁ । ଶକ୍ତି ସ୍ୱରୂପା ମାଆ ଦୁର୍ଗାଙ୍କ ଅସୀମା କୃପାରେ
ସମସ୍ତଙ୍କ କଲ୍ୟାଣ ହେଉ, ଯାହା ଦ୍ୱାରା ବିକଶିତ ଭାରତର ଆମର ସଂପଳ୍କକୁ ବି ନୂଆ ଶକ୍ତି ମିଳୁ ।
ଜୟ ଅମ୍ବେ ଜଗଦମ୍ବେ ମା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା