କାର୍ ଦୁର୍ଘଟଣାଗ୍ରସ୍ତ : ଜଣେ ମୃତ, ୪ ଗୁରୁତର
ବାରିପଦା, ୨ ମାର୍ଚ୍ଚ (ହି.ସ.)- ମୟୂରଭଞ୍ଜ ଜିଲ୍ଲା ମଧ୍ୟ ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥର ଗିଧିବାସ ଛକ ନିକଟରେ ଏକ କାର୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣାସ୍ଥଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ, ସମସ୍ତେ କରଞ
Car Accident


Car Accident


ବାରିପଦା, ୨ ମାର୍ଚ୍ଚ (ହି.ସ.)- ମୟୂରଭଞ୍ଜ ଜିଲ୍ଲା ମଧ୍ୟ ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥର ଗିଧିବାସ ଛକ ନିକଟରେ ଏକ କାର୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣାସ୍ଥଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ସମସ୍ତେ କରଞ୍ଜିଆରୁ ଦୋଳ ମେଳଣ ଦେଖି ଯଶିପୁର ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। କାର୍ ରେ ଥିବା ସମସ୍ତେ ଯଶିପୁର ଅଞ୍ଚଳର ହୋଇଥିବା ଜଣାପଡ଼ିଛି। ମୃତକ ଜଣକ ଯଶିପୁର ଥାନା ଭଣ୍ଡାରୀପୋଷି ଗ୍ରାମର ସରୋଜ ମୁଖି ଓ ଗୁରୁତର ମାନେ ହେଲେ ସାଗର ବେହେରା, ସୁଶାନ୍ତ ବେହେରା, ଦେବେନ୍ଦ୍ର ବେହେରା ବୋଲି ଜଣାପଡିଛି। ଆହତ ବ୍ୟକ୍ତି ମାନଙ୍କ ମଧ୍ୟରୁ ଜଣେ କଟକ ବଡ଼ ମେଡିକାଲ, ଜଣେ କେନ୍ଦୁଝର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଦୁଇ ଜଣ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଘଟଣାସ୍ଥଳରେ ଯଶିପୁର ପୋଲିସ ତଦନ୍ତ ଜାରି ରଖିଛି।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande