
ମାଲକାନଗିରି, ୨ ମାର୍ଚ୍ଚ (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର କାଲିମେଳା, ଏମଭି -୭୯ ଓ ମୋଟୁ ବନ ବିଭାଗର ଏକ ମିଳିତ ଚଢ଼ଉରେ ୨୦୦ ଜୀବନ୍ତ କଇଁଛ ଜବତ ହୋଇଛି ।
ସୂଚନା ମୁତାବକ, କୁର୍ତ୍ତୀ ସେକ୍ସନ ଅନ୍ତର୍ଗତ ଏମଭି - ୬୨ ଗ୍ରାମ ନିକଟରେ ଥିବା ଏକ ଜଙ୍ଗଲରେ ଏକ ବୋଲେରୋ ଗାଡି ଭିତରେ ଅଖା ବସ୍ତାରେ ଲୁଚେଇ ରଖାଯାଇଥିବା ୨୦୦ ଜୀବନ୍ତ କଇଁଛକୁ ବନ ବିଭାଗ ଜବତ କରିଛି । ଗାଡିକୁ ବନ ବିଭାଗ ଜବତ କରିଥିଲେ ମଧ୍ୟ ଗାଡି ଛାଡି ମାଫିଆ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଏହି ସବୁ କଇଁଛ ଆନ୍ଧ୍ରପ୍ରଦେଶରୁ କୁର୍ତ୍ତୀ ଅଞ୍ଚଳକୁ ଆସୁଥିବା ବେଳେ କଇଁଛକୁ ମାଫିଆମାନେ କମ୍ ମୂଲ୍ୟରେ କିଣି ଜିଲ୍ଲାରେ ଚଢା ଦରରେ ବିକ୍ରି କରିଥାନ୍ତେ ବୋଲି କୁହାଯାଉଛି । ଜବତ କଇଁଛର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କା ହେବ ବୋଲି ବନବିଭାଗ ସୂତ୍ରରୁ ଜଣାପଡିଛି ।
ଏହି ଚଢ଼ଉରେ କାଲିମେଳା ରେଞ୍ଜର ବିଜୟ ନାୟକ, କୁର୍ତ୍ତୀ ବନପାଳ ଅଲ୍ଲୀ ମହମ୍ମଦ ଖାନ, ଏମଭି ୭୯ ବନପାଳ ସମୀର ଜେନା, ମୋଟୁ ବନପାଳ ମୁରଲୀଧର ଅନୁଗୁଳିଆ ଓ ପାରା ଷ୍ଟାଫ ସାମିଲ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ