
କୋରେଇ, ୦୨ ମାର୍ଚ୍ଚ (ହି.ସ.) - ଆଜି ପାଣିକୋଇଲି ଠାରେ ବ୍ୟାସନଗର ତହସିଲଦାର ପ୍ରଶାନ୍ତ କୁମାର ପଣ୍ଡା ତିନୋଟି ବାଲି ହାଇୱାକୁ ଜବତ କରି ପାଣିକେଇିଲି ଥାନା ଜିମା ଦେଇଛନ୍ତି । ପ୍ରକାଶଯେ ବ୍ୟାସନଗର ତହସିଲଦାର ଶ୍ରୀ ପଣ୍ଡା ପାଣିକୋଇଲି ବଜାର ଅତିକ୍ରମ କରୁଥିବା ବେଳେ ବାଲିବୋଝେଇ ଭାରୀଯାନ (ହାଇୱା)କୁ ଯାଂଚ କରିଥିଲେ । ଯାଂଚ ସମୟରେ ତିନୋଟି ବାଲି ଗାଡି ତାର କାଗଜ ପତ୍ର ଦେଖାଇ ନପାରିବା ଯୋଗୁ ବାଲି ହାଇୱା ଗୁଡିକୁ ପାଣିକୋଇଲି ପୁଲିସ ଜିମା ଦେଇଥିଲେ । ଗାଡି ସହ ତିନି ଚାଳକକୁ ପୁଲିସ ଅଟକ ରଖି ତଦନ୍ତ ଜାରି ରଖିଛି ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ