
ଗଞାମ, ୨ ମାର୍ଚ୍ଚ (ହି.ସ.)- ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅଂଚଳ ଦୁଇଟି ଗ୍ରାମର ଦୁଇଟି ଗୁହାଳରୁ ଗତ ରାତିରେ ୩୯ଟି ଛେଳି ଚୋରି ହୋଇଥିବା ଅଭିଯୋଗ ହୋଇଛି।
ବ୍ରହ୍ମପୁର ଗ୍ରାମର ବନା ଗୌଡଙ୍କ ଗୁହାଳରୁ ୩୨ଟି ଛେଳି ଚୋରି ହୋଇଥିଲା ଵେଳେ ତାକରଡା ଗ୍ରାମର ସୁଵାଷ ନାୟକଙ୍କ ଗୁହାଳରୁ ୭ଟି ଛେଳି ଚୋରି ହୋଇଥିବା ଅଭିଯୋଗ ହୋଇଛି l ଛେଳି ବ୍ୟବସାୟୀ ତଥା ଛେଳି ଚୋରମାନେ ଏ଼ହି ଅଞ୍ଚଳକୁ ବିଳମ୍ବିତ ରାତ୍ରିରେ ଆସି ଛେଳି ଚୋରି କରି ଟ୍ରକରେ ନେଉ ଯାଉଥିବା ଅଭିଯୋଗ ହେଉଛି । ପୁଲିସ ଘଟଣାର ତନାଘନା ତଦନ୍ତ ଚଳାଇଛି l
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ