ପୁଲିସ ଗାଡିକୁ ପଥର ଫୋପାଡିବା ପଡିଲା ମହଙ୍ଗା : ୪ ଯୁବକ କୋର୍ଟ ଚାଲାଣ : ବାଇକ୍ ଜବତ : ମୁଖ୍ୟ ଅଭିଯୁକ୍ତ ଫେରାର
ଧର୍ମଶାଳା,୨ମାର୍ଚ୍ଚ(ହି.ସ.) - ଯାଜପୁର ଜିଲାରେ ଲାଇଟ୍ ପାଟ୍ରୋଲିଂ କରିବା ସମୟରେ ବ୍ରହ୍ମବରଦା ଥାନା ଗାଡି ଉପରକୁ ପଥର ପିଙ୍ଗି ଆକ୍ରମଣ କରିବା ମହଙ୍ଗା ପଡିଲା । ୪ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଏକ କଳା ରଙ୍ଗର ପଲସର ବାଇକ ଜବତ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ଜଣାପ
ପୁଲିସ ଗାଡିକୁ ପଥର ଫୋପାଡିବା ପଡିଲା ମହଙ୍ଗା : ୪ ଯୁବକ କୋର୍ଟ ଚାଲାଣ


ଧର୍ମଶାଳା,୨ମାର୍ଚ୍ଚ(ହି.ସ.) - ଯାଜପୁର ଜିଲାରେ ଲାଇଟ୍ ପାଟ୍ରୋଲିଂ କରିବା ସମୟରେ ବ୍ରହ୍ମବରଦା ଥାନା ଗାଡି ଉପରକୁ ପଥର ପିଙ୍ଗି ଆକ୍ରମଣ କରିବା ମହଙ୍ଗା ପଡିଲା । ୪ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଏକ କଳା ରଙ୍ଗର ପଲସର ବାଇକ ଜବତ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି । କୋର୍ଟ ଚାଳାଣ ହୋଇଥିବା ଯୁବକମାନେ ହେଲେ ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ଅର୍ଥଙ୍ଗା ପଂଚାୟତ କୋଠାସାହି ଗ୍ରାମର ପୁରସ୍ତମ ମଲିକଙ୍କ ପୁଅ ସାଗର(୨୧),ରବିନ୍ଦ୍ର ବେହେରାଙ୍କ ପୁଅ ଶ୍ରୀନାଥ(୨୧) ,ପ୍ରଫୁଲ୍ଲ ବେହେରାଙ୍କ ପୁଅ ସୋମନାଥ(୧୯) ଓ ବଡଚଣା ଥାନା ଧାନମଣ୍ଡଳ ଗ୍ରାମର ପ୍ରଭାତ ପାଢୀଙ୍କ ପୁଅ ସତ୍ୟଜିତ୍(୧୯) ବୋଲି ଜଣାପଡିଛି । ରବିବାର ରାତିରେ ସେମାନଙ୍କୁ ଗିରଫ କରି କେସ୍ ନମ୍ବର ୩୬ା୨୦୨୬ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା । ତେବେ ଆଜି ସେମାନଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରୀ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି । ଖୁବ୍ ଶିଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରିଣୀ ଜୟନ୍ତୀ ମଲ୍ଲିକ ସୂଚନା ଦେଇଥିଲେ । ବୁଧବାର ବିଳମ୍ବିତ ରାତିରେ ବ୍ରହ୍ମବରଦା ଥାନା ଅନ୍ତର୍ଗତ ଚଅପୋଇ ନଦୀ ଉପରେ କିଛି ଯୁବକ ମଧ୍ୟପାନ କରି ନିଆଁ ଜାଳି ରିଲ୍ସ କରୁଥିଲେ । ପୁଲିସ ଲାଇଟ୍ ପାଟ୍ରୋଲିଂ ସମୟରେ ସେଠାରେ ପଂହଚି ଘଟଣା ସମ୍ପର୍କରେ ଆଲୋଚନା କରି ଫେରିବା ପରେ ପରେ ଯୁବକମାନେ ପୁଲିସ ଗାଡି ଉପରକୁ ପଥର ଫିଙ୍ଗି ଥିଲେ । ଯାହାକୁ ନିଜ ଆଡୁ ପୁଲିସ ଏକ ମାମଲା ରୁଜୁ କରିଥିଲା ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande