ମାର୍ଚ୍ଚ ୫ରେ ରାଜ୍ୟବ୍ୟାପୀ ୧୧୦ତମ ବିଜୁ ଜୟନ୍ତୀ ପାଳିବ ବିଜେଡି
ଭୁବନେଶ୍ୱର, ୦୨ ମାର୍ଚ୍ଚ (ହି.ସ)- ଏ ବର୍ଷ ମାର୍ଚ୍ଚ ୫ ତାରିଖରେ ରାଜ୍ୟବ୍ୟାପୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ କରାଯିବ ବୋଲି ବିଜୁ ଜନତା ଦଳ ତରଫରୁ ସୂଚନା ପ୍ରଦାନ କରାଯାଇଛି। ସୋମବାର ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ
bjd


ଭୁବନେଶ୍ୱର, ୦୨ ମାର୍ଚ୍ଚ (ହି.ସ)- ଏ ବର୍ଷ ମାର୍ଚ୍ଚ ୫ ତାରିଖରେ ରାଜ୍ୟବ୍ୟାପୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ କରାଯିବ ବୋଲି ବିଜୁ ଜନତା ଦଳ ତରଫରୁ ସୂଚନା ପ୍ରଦାନ କରାଯାଇଛି।

ସୋମବାର ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ଭୁବନେଶ୍ୱର ଜିଲ୍ଲା ସଭାପତି ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ଉତର ବିଧାୟକ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ ଓ ଛାତ୍ର ବିଜେଡି ସଭାନେତ୍ରୀ ଇପ୍ସିତା ସାହୁ ବିଜୁ ଜୟନ୍ତୀ ଅବସରରେ ହେବାକୁ ଥିବା କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ।

ଦେବୀ ପ୍ରସାଦ ମିଶ୍ର କହିଲେ, ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ, ବିଜୁ ଜୟନ୍ତୀ ପାଇଁ ମାର୍ଚ୍ଚ ୫ ତାରିଖରେ ସ୍ଥିରୀକୃତ ହୋଇଥିବା କାର୍ଯ୍ୟକ୍ରମ ଗୁଡିକ ବିଷୟରେ ରାଜ୍ୟର ସମସ୍ତ ଜିଲ୍ଲା ସଭାପତି ଓ ସମସ୍ତ ନିର୍ବାଚନ ମଣ୍ଡଳୀର ନେତୃତ୍ୱଙ୍କୁ ଜଣାଇ ଦିଆଯାଇଛି। ସେହିଦିନ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧା ସୁମନ ଅର୍ପଣ, ଦେଶାତ୍ମବୋଧ ସଙ୍ଗୀତ ଗାନ କରିବା ସହିତ ସମୃଦ୍ଧ ଓଡିଶା ଗଠନରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଭୂମିକା ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ଏହାଛଡା ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଆୟୋଜିତ ହେବ। ବିଜେଡି ମୁଖ୍ୟାଳୟରେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ, ଯେଉଁଥରେ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ।

ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଲେ, ପ୍ରତିବର୍ଷ ରାଜ୍ୟବ୍ୟାପୀ ବିଜୁ ଜୟନ୍ତୀ ଆନନ୍ଦ ଉଲ୍ଲାସରେ ପାଳନ କରାଯାଏ। ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ନୀତି ଆଦର୍ଶକୁ ପାଥେୟ କରି ଗଠନ ହୋଇଥିବା ବିଜୁ ଜନତା ଦଳ ସବୁବେଳେ ସେବା କାର୍ଯ୍ୟକ୍ରମରେ ବିଶ୍ୱାସ ରଖେ । ବିଜେଡି ତରଫରୁ ଆୟୋଜିତ ହେବାକୁ ଥିବା ବିଜୁ ଜୟନ୍ତୀ ଅବସରରେ, ପ୍ରବାଦ ପୁରୁଷ ବିଜୁ ବାବୁଙ୍କ କୀର୍ତିକୁ ସ୍ମରଣ କରିବା ସହିତ ବିଜେଡିର ନେତା ଓ କର୍ମୀମାନେ ସେବାରେ ବ୍ରତୀ ହେବେ ବୋଲି ସଂକଳ୍ପ ନେବେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande