ଭୁବନେଶ୍ବର ମହାନଗର ନିଗମ ଏବଂ ଜିନ୍ଦଲର ମିଳିତ ଉଦ୍ୟମରେ ଭ୍ରାମ୍ୟମାଣ ଶୌଚାଳୟର ଲୋକାର୍ପଣ
ଭୁବନେଶ୍ଵର ,0୨ ମାର୍ଚ୍ଚ (ହି.ସ)-ଭୁବନେଶ୍ବର ପରିମଳ ସେବାକୁ ଆଗେଇ ନେବାକୁ ଆଉ ଏକ ପଦକ୍ଷେପ।ବିଭିନ୍ନ ଶୌଚ ଜନିତ ଆବଶ୍ୟକତା କୁଲକ୍ଷ୍ୟକରିଭୁବନେଶ୍ବର ମହାନଗର ନିଗମ ଆଜି ଏକ ଭ୍ରାମ୍ୟମାଣ ଶୌଚାଳୟ ର ସେବା କୁ ଲୋକାର୍ପଣ କଋଛନ୍ତି । ଏହି ଅବସରରେ ମେୟର ଶ୍ରୀମତୀ ସୁଲୋଚନା ଦାସ , ଡ
ଭୁବନେଶ୍ବର ମହାନଗର ନିଗମ ଏବଂ ଜିନ୍ଦଲର ମିଳିତ ଉଦ୍ୟମରେ ଭ୍ରାମ୍ୟମାଣ ଶୌଚାଳୟର ଲୋକାର୍ପଣ


ଭୁବନେଶ୍ଵର ,0୨ ମାର୍ଚ୍ଚ (ହି.ସ)-ଭୁବନେଶ୍ବର

ପରିମଳ ସେବାକୁ ଆଗେଇ ନେବାକୁ ଆଉ ଏକ ପଦକ୍ଷେପ।ବିଭିନ୍ନ ଶୌଚ ଜନିତ ଆବଶ୍ୟକତା କୁଲକ୍ଷ୍ୟକରିଭୁବନେଶ୍ବର ମହାନଗର ନିଗମ

ଆଜି ଏକ ଭ୍ରାମ୍ୟମାଣ ଶୌଚାଳୟ ର ସେବା କୁ ଲୋକାର୍ପଣ କଋଛନ୍ତି । ଏହି ଅବସରରେ ମେୟର ଶ୍ରୀମତୀ ସୁଲୋଚନା ଦାସ , ଡେପୁଟି ମେୟର ଶ୍ରୀମତୀ

ମଞ୍ଜୁଳତା କହଁର, ପରିମଳ ଷ୍ଟାଣ୍ଡିଂ କମିଟି ସଭାପତି ବିରଞ୍ଚିନାରାୟଣ ମହାସୁପକାର, ଅନ୍ୟାନ୍ୟ କର୍ପୋରେଟର୍ , ପ୍ରଶାନ୍ତ ହୋତା – ଜିନ୍ଦଲ ଫାଉଣ୍ଡେସନ ର ସାମାଜିକବିକାଶ ପ୍ରକଳ୍ପ ସଭାପତି ଏବଂ ଟିମ ବି ଏମ୍ ସିଉପସ୍ଥିତ ଥିଲେ ।

ସୂଚନା ଯୋଗ୍ୟକି , ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ସମୁଦାୟ

୧୦୯ଗୋଟି ପବ୍ଲିକ୍ ଟୟଲେଟ (ସାମୁହିକ ଶୌଚାଳୟ

), ୫୬ ଗୋଟି ଗୋଷ୍ଠୀ ଶୌଚାଳୟ (ବସ୍ତି ଅଞ୍ଚଳରେ ),୧୮ ଗୋଟି ଈ-ଟୟଲେଟ ରହିଛି । ଏହାସାଙ୍ଗକୁ ୧୦ ଗୋଟି ରୁ ଉର୍ଦ୍ଧ ପରିସ୍ରାଗାର ରହିଛି । ସମୁଦୟ ୧୭୦୦ ଗୋଟି ପାଇଖାନା ସିଟ ରେ ଦିନକୁ ୬୦ ୦୦୦ ରୁ ଅଧିକନାଗରିକ ଶୌଚ କରିବାର ସୁବିଧା ରହିଛି ।ଭ୍ରାମ୍ୟମାଣ ଶୌଚାଳୟ ପାଇଁ ଦ୍ଵିପାକ୍ଷୀକ

ଉଦ୍ୟମରେଆଜି ଏହି ସେବା ର ଶୁଭାରମ୍ଭ

କରାଯାଇଅଛି । ତେବେ ଏଥିରେ ରହିଥିବା ସୁବିଧା ଗୁଡିକ ହେଲା

-

§ପୁରୁଷଙ୍କ ପାଇଁ – କମୋଟ ୧ ଗୋଟି, ଇଣ୍ଡିଆନ ପାଇଖାନା ୧ ଗୋଟି ,

ୟୁରିନାଲ ୨ ଗୋଟି

§ମହିଳାଙ୍କ ପାଇଁ -

ଇଣ୍ଡିଆନ ପାଇଖାନା ୨ଗୋଟି, କମୋଟ ୧ ଗୋଟି

§ଏକଜର୍ଟ ଫ୍ୟାନ

୬ ଗୋଟି

§ହ୍ୟାଣ୍ଡ ୱାଶବେସିନ ୨ ଗୋଟି

ଜିନ୍ଦଲ ଫାଉଣ୍ଡେସନ ର

ସାମାଜିକ ବିକାଶ ପାଣ୍ଠିରୁ ଏହି ଭ୍ରାମ୍ୟମାଣ ଶୌଚାଳୟ ଯୋଗାଇ ଦିଆଯାଇଅଛି ।ତେବେ ଏହି ସେବାର ସମ୍ପୂର୍ଣ ପରିଚାଳନା ଦାୟିତ୍ବରେ ରହିବା ବି ଏମ୍ ସି ।ବାହ୍ୟ ମଳ ମୁତ୍ର ମୁକ୍ତ ସହରର ମର୍ଯ୍ୟାଦା କୁ ଅକ୍ଷୁର୍ଣ୍ଣ ରଖିବାରେ ଏହି ପ୍ରୟାସ ରେ ଜନ ସହଯୋଗ ପାଇଁ ନିବେଦନ କରିଛନ୍ତି ବି ଏମ୍

ସି ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande