ବିଏମସି ପକ୍ଷରୁ ଜନ ଶୁଣାଣି ଅନୁଷ୍ଠିତ
ଭୁବନେଶ୍ୱର, ୦୨ ମାର୍ଚ୍ଚ (ହି.ସ)- ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୋମବାର ଜନ ଶୁଣାଣି ବିଏମ୍ ସି ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ କମିଶନର ରତ୍ନାକର ସାହୁ ଲୋକମାନଙ୍କର ଅଭିଯୋଗ ଶୁଣିବା ସହ ସେମାନଙ୍କ ସମସ୍ୟାର ତୁରନ୍ତ ଆଇନ ଅନୁଯାୟୀ ସମାଧାନ କରିବା ପାଇଁ ଉପସ୍ଥିତ ଉପବିଭାଗୀୟ ଅଧି
bmc


ଭୁବନେଶ୍ୱର, ୦୨ ମାର୍ଚ୍ଚ (ହି.ସ)- ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୋମବାର ଜନ ଶୁଣାଣି ବିଏମ୍ ସି ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ କମିଶନର ରତ୍ନାକର ସାହୁ ଲୋକମାନଙ୍କର ଅଭିଯୋଗ ଶୁଣିବା ସହ ସେମାନଙ୍କ ସମସ୍ୟାର ତୁରନ୍ତ ଆଇନ ଅନୁଯାୟୀ ସମାଧାନ କରିବା ପାଇଁ ଉପସ୍ଥିତ ଉପବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି । ଏହି ଜନ ଶୁଣାଣି କାର୍ଯ୍ୟକ୍ରମରେ ବିଏମ୍ ସି ସମସ୍ତ ଉପବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ବିଏମ୍ ସି ପକ୍ଷରୁ ହେଉଥିବା ଏହି ଜନ ଶୁଣାଣିରେ ସେମାନଙ୍କ ଅଭିଯୋଗ ଶୁଣାଯାଉଛି ଏବଂ ସମସ୍ୟା ସମାଧାନର ବାଟ ଖୋଲୁଥିବାରୁ, ଲୋକେ ବେଶ୍ ସନ୍ତୋଷ ପ୍ରକାଶ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande