ଗ୍ରହଣ ପାଇଁ ଶ୍ରୀ ବଳଦେବଜୀଉଙ୍କ ନୀତି ନିର୍ଘଣ୍ଟ
କେନ୍ଦ୍ରାପଡା, ୨ ମାର୍ଚ୍ଚ (ହି.ସ.)- ଦୋଳ ପୂର୍ଣ୍ଣିମା ଚନ୍ଦ୍ର ଗ୍ରହଣ ପାଇଁ ଶ୍ରୀ ବଳଦେବଜୀଉଙ୍କ ନୀତି ନିର୍ଘଣ୍ଟ ହୋଇଛି। ଆସନ୍ତା ତିନି ତାରିଖ ମଙ୍ଗଳବାର କେତୁ ଗ୍ରସ୍ତ ଦୟ ଚନ୍ଦ୍ର ଗ୍ରହଣ ପଡ଼ୁଥିବାରୁ କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ପ୍ରଭୁ ବଳଦେବ ଜୀଉଙ୍କ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି। ଆସନ
ଗ୍ରହଣ ପାଇଁ ଶ୍ରୀ ବଳଦେବଜୀଉଙ୍କ ନୀତି ନିର୍ଘଣ୍ଟ


କେନ୍ଦ୍ରାପଡା, ୨ ମାର୍ଚ୍ଚ (ହି.ସ.)- ଦୋଳ ପୂର୍ଣ୍ଣିମା ଚନ୍ଦ୍ର ଗ୍ରହଣ ପାଇଁ ଶ୍ରୀ ବଳଦେବଜୀଉଙ୍କ ନୀତି ନିର୍ଘଣ୍ଟ ହୋଇଛି। ଆସନ୍ତା ତିନି ତାରିଖ ମଙ୍ଗଳବାର କେତୁ ଗ୍ରସ୍ତ ଦୟ ଚନ୍ଦ୍ର ଗ୍ରହଣ ପଡ଼ୁଥିବାରୁ କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ପ୍ରଭୁ ବଳଦେବ ଜୀଉଙ୍କ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି। ଆସନ୍ତା ଦୁଇ ତାରିଖ ସୋମବାର ରାତ୍ର ବାରଟା ଚାଳିଶି ମିନିଟରେ ପହୁଡ଼ ଖୋଲାଯାଇ ଜୟ ମଙ୍ଗଳା ଆଳତି ନୀତି, ବଲ୍ଲଭ, ସକାଳ ଧୂପ ସମ୍ପନ୍ନ କରାଯାଇ ପହୁଡ଼ ଖୋଲା ରହିବ। ମଙ୍ଗଳବାର ସନ୍ଧ୍ୟା ଛଅଟା ଚାଳିଶିରୁ ପଚାଶ ମିନିଟ ଭିତରେ ଗ୍ରହଣ ସ୍ନାନ ଭୋଗ କରାଯାଇ କୃଷ୍ଣ ବଳରାମ ବେଶ ଅଭୀର ଲାଗି ଦୋଳ ବେଦୀକୁ ରାଧାକୃଷ୍ଣ ବିଜେ କରିବେ। ସମସ୍ତ ନୀତିରେ ଭୋଗ ଶୁଷ୍କ ଦ୍ରବ୍ୟରେ କରାଯିବ ବୋଲି ମନ୍ଦିର ବଡ଼ପଣ୍ଡା ମାଧବ ପତ୍ରୀ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande