
ଜୟପୁର, ୦୨ ମାର୍ଚ୍ଚ (ହି.ସ.) - କୋରାପୁଟ ଜିଲ୍ଲା ଜୟପୁର ଉପଖଣ୍ଡ ବୋରିଗୁମ୍ମା ସଦର ମହକୁମା ଠାରେ ଏକ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ବୋରିଗୁମ୍ମା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ନିକଟ ପୋଖରୀ ରୁ ଶହ ଶହ ହିନ୍ଦୁ ମହିଳା ମାନେ ଜଳ ସଂଗ୍ରହ କରି କଳସ ଯାତ୍ରା କରିଥିଲେ । ଶହ ଶହ ହିନ୍ଦୁ ଭାଇ ଓ ଭଉଣୀ ମାନେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ରୁ ବାହାରି ଭଜନ ଓ କୀର୍ତନ ସହ ସହର।ପରିକ୍ରମା କରି ସ୍ଥାନୀୟ ଦୋରା କଲ୍ୟାଣ ମଣ୍ଡପ ଠାରେ ପହଂଚିଥିଲେ। ସେଠାରେ ବୌଦିକ ରୀତି ନୀତି ରେ ବିଶ୍ୱଶାନ୍ତି ଯଜ୍ଞ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ସେନା କର୍ମଚାରୀ ସୁରେନ୍ଦ୍ର ପଣ୍ଡା ଯୋଗ ଦେଇ ନିଜ ଅଭିଭାଷଣ ରେ ହିନ୍ଦୁ ଏକତା, ପରମ୍ପରା,ସଂସ୍କୃତି ବିଷୟ ରେ ବାସ୍ତବ ମତ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି କୋରାପୁଟ ଜିଲ୍ଲା କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ର ବ୍ୟବସାୟ ପ୍ରବନ୍ଧନ ଅଧ୍ୟାପକ ସିତାନାଥ ରାୟଗୁରୁ ଙ୍କ ଚୁମ୍ବକୀୟ ଅଭିଭାଷଣ ରେ ଏକତା ର ସୂତ୍ର, ପରିବେଶ ରକ୍ଷା,ସ୍ୱଦେଶୀ ବ୍ୟବହାର, ସ୍ୱଚ୍ଛ ପରିବେଶ ବାର୍ତା ରହିଥିଲା । ହିନ୍ଦୁ ସମାଜ ତରଫରୁ ଆୟୋଜିତ କାର୍ଯ୍ୟକ୍ରମ ର ସଭାପତି ତ୍ରିପତି ପଟ୍ଟନାୟକ ଏବଂ ବୋରିଗୁମ୍ମା ଖଣ୍ଡ କାର୍ଯ୍ୟାଳୟ କବିବର ନାୟକ ପ୍ରମୁଖ ମଂଚାସିନ ହୋଇଥିଲେ । ମାନସ ରଥ ମଂଚ ପରିଚାଳନା କରିଥିଲେ। ଏହି ଅବସର ରେ ଗାଁ ଗହଳି ରେ ଥିବା ମନ୍ଦିର ପୂଜାରୀ, ହୁଣ୍ଡି ପୂଜା କରୁଥିବା ସେବକ, ଗ୍ରାମଦେବୀ ଙ୍କୁ ପୂଜା କରୁଥିବା ପୁଜାରୀ ବ୍ୟକ୍ତି ମାନଙ୍କୁ ସମ୍ମାନିତ କରଯାଇଥିଲା । ପଂଚାୟତ ସ୍ତରୀୟ ହିନ୍ଦୁ ସମ୍ମିଳନୀରେ ପ୍ରାୟ ତିନିହଜାର ରୁ ଉର୍ଦ୍ଧ ଜନସମାଗମ ହୋଇଥିଲା । କାର୍ଯ୍ୟକ୍ରମ କୁ ତ୍ରିପତି ପଟ୍ଟନାୟକ, ଦାସ ଭତ୍ରା, କାଳିଦାସ ପଟ୍ଟନାୟକ, ସୌରଭ ଦୋରା,ଗୋପୀ ପଟ୍ଟନାୟକ, ମାନସ ରଥ, ଅଭିନାଶ ବେଗରାଇ, କେ. ନରେନ୍ଦ୍ର କୁମାର, ଅଭିନାସ ପଣ୍ଡା ଜି.ମୋହନ ଦୋରା, ଲିଲୁ ବିଶ୍ୱାଳ, ବିଜୟ ନାରାୟଣ ସାହୁ,ରଞ୍ଜନ କୁମାର ମିଶ୍ର,ବିଶ୍ୱଜିତ୍ ପାଣିଗ୍ରାହୀ, ଏଲ୍ ନାରାୟଣ ରାଓ,କିଶୋର ଚନ୍ଦ୍ର ଦାସ, ଜି ଅନିଲ କୁମାର,ରବି ମହାପାତ୍ର,ସରୋଜ କୁମାର ପାଣିଗ୍ରାହୀ,ଆନନ୍ଦ ପାଢ଼ୀ,ମୁନ୍ନା ଦୋରା,ସୂର୍ଯ୍ୟ ନାରାୟଣ ଆଚାରି ଅଭିଳାଷ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି