ବୃକ୍ଷ ସହ ହୋଲି ଉତ୍ସବ
ବୃକ୍ଷ ସହ ହୋଲି ଉତ୍ସବ
ବୃକ୍ଷ ସହ ହୋଲି ଉତ୍ସବ


ବୃକ୍ଷ ସହ ହୋଲି ଉତ୍ସବ


ସମ୍ବଲପୁର, ୦୨, ମାର୍ଚ୍ଚ (ହି.ସ.) - ସମ୍ବଲପୁର ବୁଢ଼ାରଜା ବନ ସଂରକ୍ଷଣ ସମିତି ପକ୍ଷରୁ ଆଜି ବୁଢ଼ାରଜା ଜଙ୍ଗଲରେ ପ୍ରତିବର୍ଷ ଭଳି ନିଆରା ଢଙ୍ଗରେ ବୃକ୍ଷମାନଙ୍କ ପୂଜାର୍ଚ୍ଚନା ସହିତ ହୋଲି ଖେଳ ଉତ୍ସବ ଅନୁଷ୍ଠିତ ହୋଇ ଯାଇଅଛି। ବୁଢ଼ାରଜା ବନ ସଂରକ୍ଷଣ ସମିତିର ବରିଷ୍ଠ କର୍ମକର୍ତା, ବିଶିଷ୍ଟ ପରିବେଶବିତ୍ ସଂସ୍କୃତି ରତ୍ନ କାର୍ତିକ ପ୍ରସାଦ ବହିଦାରଙ୍କ ତତ୍ୱାବଧାନରେ ଏବଂ ସଭାପତି ପ୍ରକୃତିବନ୍ଧୁ ମେଘୁ ମୁଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ନିଆରା ହୋଲି ଉତ୍ସବରେ ସମ୍ପାଦକ ତପନ କୁମାର ପ୍ରଧାନ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ। ଶ୍ରୀ ବହିଦାରଙ୍କ ପୌରହିତ୍ୟରେ କଳସ ସ୍ଥାପନ ପୂର୍ବକ ପ୍ରଦୀପ ପ୍ରଜ୍ୱଳନ ପୁଷ୍ପ ଧୂପ ନୈବେଦ୍ୟ ସହ ବୈଦିକ ରୀତିରେ ବୃକ୍ଷମାନଙ୍କ ପୂଜାର୍ଚ୍ଚନା ପରେ ବୃକ୍ଷ ମାନଙ୍କ ସହ ନିଆରା ଢ଼ଙ୍ଗରେ ହୋଲି ଖେଳ ଅନୁଷ୍ଠିତ ହୋଇଥିଲା । ଜୀବନ ସାରା ଗଛପତ୍ର, ବୃକ୍ଷଲତା ଉଦ୍ଭିଦ ଜଗତ ପରୋପକାର ପାଇଁ ନିଜ ଜୀବନକୁ ସମ୍ପୂର୍ଣ୍ଣ ଭାବରେ ଉତ୍ସର୍ଗ କରୁଥିବାରୁ ମାନବ ସମାଜ ଏବଂ ସମ୍ପୂର୍ଣ୍ଣ ଜୀବ ଜଗତ ସେମାନଙ୍କ ସଂରକ୍ଷଣ କରିବା ଉଚିତ ବୋଲି ସେ ଆହ୍ୱାନ ଦେଇଥିଲେ । ପରେ ସମିତି ପକ୍ଷରୁ ଫୁଲକୀ ଜାଲ, ବାସନ୍ତି ପୋଢ଼, ସବିତା ପ୍ରଧାନ, ରୀତା ନାୟକ, ସଙ୍ଗୀତା ଅଧିକାରୀ, ତନୁଜା ସେଠୀ, ସୈରେନ୍ଧ୍ରୀ ଶଙ୍କିରୀ, ସନ୍ତୋଷୀମୁଣ୍ଡା, ଋତିକା ମାହାଲି, ଧାରା ମୁଣ୍ଡା, ପ୍ରଭାସ ମାହାଲି, ସୋନାଲି ମୁଣ୍ଡା ପ୍ରମୁଖ ସମିତିର ସଭ୍ୟସଭ୍ୟା ଫଳ ବୃକ୍ଷ ଚାରା ରୋପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande