ଜିଲ୍ଲା ସ୍ତରୀୟ ଜରାୟୁ କର୍କଟ ଟୀକାକରଣର ଶୁଭାରମ୍ଭ
ଖୋର୍ଦ୍ଧା, ୨ ମାର୍ଚ୍ଚ (ହି.ସ.)- ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସଞ୍ଜୟ ଚନ୍ଦ୍ର ରାୟ ଖୋର୍ଦ୍ଧା ଜିଲ୍ଲାରେ ଜିଲ୍ଲା ସ୍ତରୀୟ ଜରାୟୁ କର୍କଟର ନିରାକରଣ ନିମିତ୍ତ ଏଚ ପି ଭି ଟୀକାକରଣ ଅଭିଯାନ ଶୁଭାରମ୍ଭ କରିଛନ୍ତି l ଏହି ମହତ ଅଭିଯାନ
Tika


ଖୋର୍ଦ୍ଧା, ୨ ମାର୍ଚ୍ଚ (ହି.ସ.)- ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସଞ୍ଜୟ ଚନ୍ଦ୍ର ରାୟ ଖୋର୍ଦ୍ଧା ଜିଲ୍ଲାରେ ଜିଲ୍ଲା ସ୍ତରୀୟ ଜରାୟୁ କର୍କଟର ନିରାକରଣ ନିମିତ୍ତ ଏଚ ପି ଭି ଟୀକାକରଣ ଅଭିଯାନ ଶୁଭାରମ୍ଭ କରିଛନ୍ତି l ଏହି ମହତ ଅଭିଯାନରେ ଜିଲ୍ଲାର ସମସ୍ତ ୧୪ ବର୍ଷ ବୟସର ବାଳିକାଙ୍କୁ ଗାଡାସିଲ-୪ ଟୀକାର ଗୋଟିଏ ଡୋଜ ଦିଆଯିବ l ଜିଲ୍ଲାର ସମସ୍ତ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, କମୁନିଟି ସ୍ଵାସ୍ଥ୍ୟ କେନ୍ଦ୍ର ଏବଂ ଉପଖଣ୍ଡ ସ୍ତରୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ଟୀକା ପ୍ରଦାନ କରାଯିବ l ଏଥିପାଇଁ ତିନି ମାସ ମଧ୍ୟରେ ୧୪୭୨୯ ଜଣଙ୍କୁ ଟୀକା ପ୍ରଦାନ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି l ଏହି ଟୀକା ସମ୍ପୂର୍ଣ୍ଣ ଦେୟ ମୁକ୍ତ ଅଟେ l ଏହି ଟୀକା ଅଭିଯାନ ଫଳରେ ଦେଶର ମାତୃଶକ୍ତିକୁ ନିରୋଗ ରଖାଯାଇ ପାରିବ ଏବଂ ଚିକିତ୍ସା କ୍ଷେତ୍ରରେ ଏକ ବଡ଼ ଉପଲବ୍ଧ ହେବ l

ଏହି କାର୍ଯ୍ୟକ୍ରମରେ ସହକାରୀ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରଦୀପ କୁମାର ସାହୁ, ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ଶ୍ୟାମ ପ୍ରସନ୍ନ ମିତ୍ର, ଜିଲ୍ଲା ଚିକିତ୍ସା ଅଧିକାରୀ, ଜନସ୍ୱାସ୍ଥ୍ୟ, ଡାକ୍ତର ରଞ୍ଜନ ମିତ୍ର ପ୍ରମୁଖ ଯୋଗଦେଇ ଏହି ଟୀକାକରଣ ଅଭିଯାନକୁ ସଫଳ ରୂପାୟନ ଦେବାପାଇଁ ଉପାଦେୟ ପରାମର୍ଶ ଓ ବକ୍ତବ୍ୟ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରସହକାରୀ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ ରବୀନ୍ଦ୍ର କୁମାର ପାରମାଣିକ ସମେତ ସମସ୍ତ ଆଶା କର୍ମୀ, ସମସ୍ତ ସ୍ୱାସ୍ଥ୍ୟ କର୍ମୀ ଯୋଗ ଦେଇଥିଲେ l ଶେଷରେ ଆଇ ସି ଏ ଦେବସ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande