ସିଟିସ୍କାନ ମ୍ୟାସିନ ଆରମ୍ଭ କରିବାକୁ ଦାବି
ଜୟପୁର, ୦୨ ମାର୍ଚ୍ଚ (ହି.ସ.) - ଜୟପୁର ଜିଲ୍ଲା ଚିକିତ୍ସାଳୟରେ ଥିବା ସିଟି ସ୍କାନ ମ୍ୟାସିନକୁ ଖୁବଶିଘ୍ର ଆରମ୍ଭ କରିବାକୁ ଆଜି ଜୟପୁର ପୌରପାଳିକାର ୫ ନମ୍ବର ୍ୱାର୍ଡ କାଉନସିଲର ପ୍ରଣବ କିଶୋର ନାୟକ ଚିକିତ୍ସାଳୟ ମୁଖ୍ୟ ଅକ୍ଷୟ କୁମାର ରଥଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଜୟପୁର ଚିକିତ୍ସାଳୟରେ ସି
ସିଟିସ୍କାନ ମ୍ୟାସିନ ଆରମ୍ଭ  କରିବାକୁ ଦାବି


ଜୟପୁର, ୦୨ ମାର୍ଚ୍ଚ (ହି.ସ.) - ଜୟପୁର ଜିଲ୍ଲା ଚିକିତ୍ସାଳୟରେ ଥିବା ସିଟି ସ୍କାନ ମ୍ୟାସିନକୁ ଖୁବଶିଘ୍ର ଆରମ୍ଭ କରିବାକୁ ଆଜି ଜୟପୁର ପୌରପାଳିକାର ୫ ନମ୍ବର ୍ୱାର୍ଡ କାଉନସିଲର ପ୍ରଣବ କିଶୋର ନାୟକ ଚିକିତ୍ସାଳୟ ମୁଖ୍ୟ ଅକ୍ଷୟ କୁମାର ରଥଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଜୟପୁର ଚିକିତ୍ସାଳୟରେ ସିଟିସ୍କାନ ମ୍ୟାସିନ ନଥିବା ଯୋଗୁ ନିରିହ ଆଦିବାସୀ ମାନେ ଅଯଥା ଖର୍ଚ୍ଚର ଶିକାର ହେଉଛନ୍ତି। ସରକାରଙ୍କ ପକ୍ଷରୁ ମାଗଣା ସିଟିସ୍କାନ ମ୍ୟାସନ ସେବା ଯୋଗାଇ ଦେବାପାଇଁ ନିୟମ ଥିବା ବେଳେ ଜିଲ୍ଲା ଚିକିତ୍ସାଳୟରେଏହାର ଅଭାବ ରହିଛି। ଜୟପୁର ଜିଲ୍ଲା ଚିକିତ୍ସାଳୟରେ ସିଟିସ୍କାନ ମ୍ୟାସିନ ନଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଏନେଇ ବହୁବାର ପ୍ରଚାର ହେବା ପରେ ମଧ୍ୟ ଏନେଇ ମେଡିକାଲ କର୍ତୁପକ୍ଷ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି। ତେଣୁ ଖୁବଶିଘ୍ର କୋରାପୁଟ ରୁ ସିଟିସ୍କାନ ମ୍ୟାସିନ ଆଣି ଜୟପୁରରେ ଲଗାଇବା କାର୍ଯ୍ୟକାରୀ କରିବାକୁ ଦାବି ପତ୍ରରେ ଉଲ୍ଲେଖ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande