ପ୍ରସନ୍ନ ପଣ୍ଡା ଛକରୁ ତାଳପଟିଆ ଛକ ପର୍ଯ୍ୟନ୍ତ ଷ୍ଟ୍ରିଟ୍ ଲାଇଟ ଏବଂ ସୁରକ୍ଷା ପ୍ରଦାନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ପୌରଧକ୍ଷା
Demand lighting to Collector
ପ୍ରସନ୍ନ ପଣ୍ଡା ଛକରୁ ତାଳପଟିଆ ଛକ ପର୍ଯ୍ୟନ୍ତ ଷ୍ଟ୍ରିଟ୍ ଲାଇଟ ଏବଂ ସୁରକ୍ଷା ପ୍ରଦାନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ପୌରଧକ୍ଷା


ଝାରସୁଗୁଡ଼ା, ୦୨ ମାର୍ଚ୍ଚ (ହି.ସ.) - ପ୍ରସନ୍ନ ପଣ୍ଡା ଛକରୁ ତାଳପଟିଆ ଛକ ପର୍ଯ୍ୟନ୍ତ ରାସ୍ତାରେ ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା ଏବଂ ରାସ୍ତା ରେ ସୁରକ୍ଷା ପ୍ରଦାନ ପାଇଁ ଝାରସୁଗୁଡା ଜିଲ୍ଲାପାଳଙ୍କୁ ଝାରସୁଗୁଡା ପୌରଧକ୍ଷା ସୋମବାର ଦାବିପତ୍ର ପ୍ରଦାନ କରିଛନ୍ତି । ପୌରଧକ୍ଷା ତାଙ୍କ ଦାବୀପତ୍ର ରେ ଉଲ୍ଲେଖ କରିଛନ୍ତି ଯେ ବଡ଼ମାଲରୁ ପ୍ରସନ୍ନ ପଣ୍ଡା ଛକ ପର୍ଯ୍ୟନ୍ତ ବିଜୁ ଏକ୍ସପ୍ରେସ ୱେ ରେ ଜେ ଏସ ଡବ୍ଲୁ କମ୍ପାନୀ ଦ୍ୱାରା ଲଗାଯାଇଥିବା ଲାଇଟ ଯୋଗୁଁ ଭଲ ଆଲୋକିତ ହେଉଛି ଜ୍ଝକିନ୍ତୁ ପ୍ରସନ୍ନ ପଣ୍ଡା ଛକରୁ ତାଳପଟିଆ ଛକ ପର୍ଯ୍ୟନ୍ତ ସମ୍ପ୍ରସାରଣ ହୋଇଥିବା ରାସ୍ତାରେ ଆଲୋକ ର ବ୍ୟବସ୍ଥା ନ ଥିବାରୁ ରାତିରେ ଏହି ରାସ୍ତା ଟି ସମ୍ପୂର୍ଣ୍ଣ ଅନ୍ଧାରରେ ରହି ଯାଉଛି ଜ୍ଝଏହା ସହିତ ଆଲୋକୀକରଣର ଅଭାବ ଯୋଗୁଁ ଦୃଶ୍ୟମାନତା କମ୍ ଥିବାରୁ ବାରମ୍ବାର ସଡ଼କ ଦୁର୍ଘଟଣା ହେଉଥିବା ବେଳେ ଛୋଟ ଛୋଟ ଅପରାଧ ରୋକିବା ପାଇଁ ପୋଲିସ ପେଟ୍ରୋଲିଂରେ ଅସୁବିଧା ଏବଂ ଅସାମାଜିକ ସମାବେଶ ଭଳି ଅନେକ ଗମ୍ଭୀର ସମସ୍ୟା ସୃଷ୍ଟି ହେଉଛି। ଏହା ବ୍ୟତୀତ ଏହି ରାସ୍ତା ରେ ରାତି ରେ ଯାଉଥିବା ପଥଚାରୀ ଏବଂ ମହିଳାମାନଙ୍କ ପାଇଁ ରାସ୍ତା ଟି ସମ୍ପୂର୍ଣ ଭାବ ରେ ଅସୁରକ୍ଷିତ ରହୁଛି । ତେଣୁ ଜନସାଧାରଣଙ୍କ ବୃହତର ସ୍ୱାର୍ଥ ପାଇଁ ପ୍ରସନ୍ନ ପଣ୍ଡା ଛକରୁ ତାଳପଟିଆ ଛକ ପର୍ଯ୍ୟନ୍ତ ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ପାଇଁ ଡି ଏମ ଏଫ କିମ୍ବା ସ୍ଥାନୀୟ ଶିଳ୍ପଗୁଡ଼ିକଠାରୁ ପାଣ୍ଠି ମଞ୍ଜୁର କରି ଏହି ପ୍ରସନ୍ନ ପଣ୍ଡା ଛକ ଠାରୁ ତାଳପଟିଆ ପର୍ଯ୍ୟନ୍ତ ରାସ୍ତା ରେ ତୁରନ୍ତ ଆଲୋକୀକରଣ କରିବା ପାଇଁ ଝାରସୁଗୁଡା ପୌରଧକ୍ଷା ରାନୀ ହାତୀ ଝାରସୁଗୁଡା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ ନବନିତ କୋର , ଗୀତାଞ୍ଜଳି ପଣ୍ଡା, ପୱନ୍ ଶର୍ମା, ସୁକୁନ ଲାକ୍ରା, ବବିତା ରଣବିଣ୍ଡା ପ୍ରଭୃତି କାଉନସିଲର ଗଣ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande