ବିଜେପି ପକ୍ଷରୁ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନର ଜିଲ୍ଲା ସ୍ତରୀୟ କର୍ମଶାଳା
କେନ୍ଦ୍ରାପଡା, ୨ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡା ଭାରତୀୟ ଜନତା ପାର୍ଟି (ବିଜେପି) ତରଫରୁ ସାନ୍ତସାହି ସ୍ଥିତ ବଳଦେବଜୀଉ କଲ୍ୟାଣ ମଣ୍ଡପ ଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନର ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ପ୍ରଶିକ୍ଷଣ ଅଭିଯାନର ସଂଯୋଜକ ସୁନାକାର ବେହେରାଙ
ବିଜେପି ପକ୍ଷରୁ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ


କେନ୍ଦ୍ରାପଡା, ୨ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡା ଭାରତୀୟ ଜନତା ପାର୍ଟି (ବିଜେପି) ତରଫରୁ ସାନ୍ତସାହି ସ୍ଥିତ ବଳଦେବଜୀଉ କଲ୍ୟାଣ ମଣ୍ଡପ ଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନର ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ପ୍ରଶିକ୍ଷଣ ଅଭିଯାନର ସଂଯୋଜକ ସୁନାକାର ବେହେରାଙ୍କ ସଂଯୋଜନାରେ ରାଜ୍ୟ ଉପସଭାପତି ତଥା କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଭାରୀ ଅଶୋକ ମିଶ୍ର, ଅଭିଯାନର ରାଜ୍ୟ ସହ ସଂଯୋଜକ ଗୋପୀନାଥ ସାହୁ, ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠୀ,ମହାକାଳପଡ଼ା ର ବିଧାୟକ ଦୁର୍ଗା ପ୍ରସନ ନାୟକ, ପୂର୍ବତନ ଜିଲ୍ଲା ସଭାପତି ବୈଦ୍ୟନାଥ ଚାଟାର୍ଜୀ, ଦୁର୍ୟ୍ୟୋଧନ ସାହୁ, କିଶୋର କୁମାର ପଣ୍ଡା, ପ୍ରମୁଖ ଯୋଗଦେଇ କହିଲେ ଯେ, ବିଜେପି ଏକ ନିଆରା ରାଜନୈତିକ ଦଳ। ଏ କାର୍ଯ୍ୟକର୍ତ୍ତାମାନଙ୍କୁ ଦଳର ନୀତି ଆଦର୍ଶ ଜଣାଇବା ସହ ପାର୍ଟି ଯେଉଁ ବିଚାରରେ ପରିଚାଳିତ ହେଉଅଛି ସମସ୍ତଙ୍କୁ ସେ ବିଷୟରେ ଅବଗତି କରିବାକୁ ସହ ଜଣେ ଜଣେ ସ୍ୱାଭିମାନୀ ଦେଶଭକ୍ତ ଭାବେ ଗଢ଼ି ତୋଳି ସରକାରର ସମସ୍ତ ଜନ ମଙ୍ଗଳ କାରୀ ଯୋଜନାକୁ ସମାଜର ଶେଷ ବର୍ଗ ପାଖରେ ପହଂଚାଇବା ପାଇଁ କାର୍ଯ୍ୟକର୍ତ୍ତା ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ।

ଏହି ପ୍ରଶିକ୍ଷଣ ଜିଲ୍ଲା, ମଣ୍ଡଳ, ବୁଥ୍ ସ୍ତର ଓ ମୋର୍ଚ୍ଚା ସ୍ତର ପର୍ୟ୍ୟନ୍ତ ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ପଦାଧିକାରୀ, ମଣ୍ଡଳ ସଭାପତି, ମଣ୍ଡଳ ଟୋଲୀ, ସମସ୍ତ ନିର୍ବାଚିତ ପ୍ରତିନିଧି ଏବଂ ଜିଲ୍ଲା ଓ ରାଜ୍ୟ ଦାୟିତ୍ୱରେ ବରିଷ୍ଟ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande