
କେନ୍ଦ୍ରାପଡା, ୨ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ଓ ଦୈାରାଜଜ ଶ୍ରୀମତୀ ଲୁନା ମହାନ୍ତିଙ୍କୁ ବିଦାୟକାଳୀନ ସମ୍ବର୍ନ୍ଧନା ଦିଆଯାଇଛି । ଜିଲ୍ଲା ଓକିଲ ସଂଘ ତରଫରୁ ସଭାପତି ଗୋବର୍ନ୍ଧନ ରାଉତଙ୍କ ଅଧ୍ୟକ୍ଷତାରେ ବିଦାୟକାଳୀନ ସମ୍ବର୍ନ୍ଧନାରେ ଶ୍ରୀମତୀ ମହାନ୍ତିଙ୍କୁ ଉତରୀୟ, ପୁଷ୍ପଗୁଚ୍ଛ ଓ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଫଟୋଚିତ୍ର ପ୍ରଦାନ କରା ଯଅଇଥିଲା । ଶ୍ରୀମତୀ ମହାନ୍ତି ଓଡିଶା ଉଚ୍ଚ ନ୍ୟାୟାଳୟକୁ ପଦୋନ୍ନତି ପାଇ ରେଜିଷ୍ଟାର ଭାବେ ବଦଳି ହୋଇଛନ୍ତି ।
ଆୟୋଜିତ ଏହି ସମ୍ବର୍ନ୍ଧନା ସଭାରେ ସଂପାଦକ ନୃସିଂହ ଚରଣ ରାଉତ, ବରିଷ୍ଠ ଆଇନଜିବୀ ଧୃବ ଚରଣ ଜେନା, ଭୀମସେନ ଭୂୟାଁ, ବିଚିତ୍ରାନନ୍ଦ ମହାନ୍ତି, ହାଡିବନ୍ଧୁ ସିଂହ, ବିଭୂତି ଭୂଷଣ କରଙ୍କ ସମେତ ଓକିଲ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି