
ଜୟପୁର, ୨ ମାର୍ଚ୍ଚ (ହି.ସ.)- କୋରାପୁଟ ଖାଦ୍ୟ ନିରପତ୍ତା ବିଭାଗ ତରଫରୁ ହୋଟେଲ ଓ ବେକେରି ଉପରେ ଚଢଉ କରାଯାଇଛି । ଜୟପୁର ସହରରେ ହୋଟେଲ, ବେକେରି ଉପରେ ଚଢଉ କରାଯାଇ ଜୋରିମାନା ଆଦାୟ କରାଯାଇଛି । କୋରାପୁଟ ଜିଲା ଖାଦ୍ୟ ନିରାପତ୍ତା ଅଧିକାରି ପଙ୍କଜିନି ଦେଉରିଙ୍କ ସହ ପୌର କର୍ମଚାରି ମାନେ ଆଜି ଚଢଉ କରିଛନ୍ତି । ଜୟପୁର ସହର ଗାଙ୍ଗୁରାମ ହୋଟେଲ, ପ୍ରିନସେସ ବେକେରି, ବେଙ୍ଗାଲୁର ବେକେରି, ସାହୁ ସୁଇଟସ ଭଳି ୭ଟି ହୋଟେଲ, ବେକେରି, ହୋଟେଲ ଉପେରେ ଚଢଉ କରିଛି । ରୋଷେଇ ଘର ସଫାସୁତରା ନଥିବା, ଖାଦ୍ୟ ସାମଗ୍ରୀ ଉପରେ ଘୋଡିଆ ଯାଇନଥିବା ଆଦି ନେଇ ଜୋରିମାନା ଆଦାୟ କରାଯାଇଛି । ୯ ହଜାର ୫ ଶହ ଟଙ୍କା ଜୋରିମାନା ଆଦାୟ ସହ ନୋଟିସ କରାଯାଇଛି । ଆଗାମି ଦିନରେ ମଧ୍ୟ ଚଢଉ କରାଯାଇ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରାଯିବ ।
ହିନ୍ଦୁସ୍ଥାନ ସମାଚାର / ପିକେପି