ଗାୟତ୍ରୀ ମହାଯଜ୍ଞ ନେଇ ପ୍ରସ୍ତୁତି ବୈଠକ
ଜୟପୁର, ୦୨ ମାର୍ଚ୍ଚ (ହି.ସ.) - ଓଡ଼ିଶା ଗାୟତ୍ରୀ ପରିବାର ସବ୍ ଜୋନ କର୍ଡିନେଟର ଶ୍ରୀ ବାଲ୍ମୀକି ପ୍ରଧାନ ଙ୍କ ଆହ୍ୱାନ କ୍ରମେ ବୋରିଗୁମ୍ମା ସ୍ଥିତ ନବନିର୍ମିତ ଗୁରୁ କୃପା ଭବନ ଠାରେ ଅବିଭକ୍ତ କୋରାପୁଟ ଜିଲ୍ଲା ଗାୟତ୍ରୀ ପରିବାର ର ସମସ୍ତ ମୂଖ୍ୟ ଟ୍ରଷ୍ଟି ଓ କାର୍ଯ୍ୟକର୍ତାଙ୍କୁ ନେଇ ୨୫୧କୁଣ୍ଡିୟ ଗାୟ
ଗାୟତ୍ରୀ ମହାଯଜ୍ଞ ନେଇ ପ୍ରସ୍ତୁତି ବୈଠକ


ଜୟପୁର, ୦୨ ମାର୍ଚ୍ଚ (ହି.ସ.) - ଓଡ଼ିଶା ଗାୟତ୍ରୀ ପରିବାର ସବ୍ ଜୋନ କର୍ଡିନେଟର ଶ୍ରୀ ବାଲ୍ମୀକି ପ୍ରଧାନ ଙ୍କ ଆହ୍ୱାନ କ୍ରମେ ବୋରିଗୁମ୍ମା ସ୍ଥିତ ନବନିର୍ମିତ ଗୁରୁ କୃପା ଭବନ ଠାରେ ଅବିଭକ୍ତ କୋରାପୁଟ ଜିଲ୍ଲା ଗାୟତ୍ରୀ ପରିବାର ର ସମସ୍ତ ମୂଖ୍ୟ ଟ୍ରଷ୍ଟି ଓ କାର୍ଯ୍ୟକର୍ତାଙ୍କୁ ନେଇ ୨୫୧କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ କରିବା ନିମନ୍ତେ ଏକ ପାରିବାରିକ ବନ୍ଧୁ ମିଳନ ମହା ଶୋଭା ର ଆୟେ।ଜନ କରା ଯାଇ ଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ,ଓ ସୁ କ୍ ମା ବିଧାୟକ କୱାସି ଲାକ୍ସମା ଯୋଗଦାନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ଓଡ଼ିଶା ରାଜ୍ୟ ଜୋନ ପ୍ରଭାରୀ ସୋମିତ୍ରି ଥନପତୀ, ଯୋଗଦାନ କରି ସମସ୍ତ ପରିବାର କୁ ମାର୍ଗ ଦର୍ଶନ ଦେଇ ଥିଲେ । ତାଙ୍କ ପ୍ରେରଣାରେ ଅନୁ ପ୍ରାଣୀତ ହୋଇ ଜୟପୁର ଗାୟତ୍ରୀ ଶକ୍ତି ପୀଠ ର ମୁଖ୍ୟ ଟ୍ରଷ୍ଟି ବ୍ୟବସ୍ଥା ପ୍ରମୁଖ ଶ୍ରୀ ଅନିଲ ଦାସ , ସମ୍ପାଦକ ଶ୍ରୀ ଗୋପାଳ ପାତ୍ର ,ଜିଲ୍ଲା ସମନ୍ୱୟ କ ଋତୁମ୍ବରା ପାତ୍ର , ସପ୍ତ ଶୁତ୍ରି କାର୍ଯ୍ୟକ୍ରମ ପ୍ରମୁଖ ନିରଞ୍ଜନ ପାଣିଗ୍ରାହି ଓ ପ୍ରଜ୍ଞା ପୀଠ ର ପ୍ରମୁଖ ପ୍ରମିଳା ମହାପାତ୍ର ଓ ଅନ୍ୟାନ୍ୟ କାର୍ଯ୍ୟକର୍ତାଗଣ ୧୦୮ କୁଣ୍ଡିୟ ଯଜ୍ଞ କରିବା ପରେ କୌଣସି ବିରାଟ କାର୍ଯ୍ୟକ୍ରମ କରାଯାଇ ପାରିନାହିଁ । ତେଣୁ ଉକ୍ତ ୨୫୧ କୁଣ୍ଡ ଗାୟତ୍ରୀ ମହା ଯଜ୍ଞକୁ ଜୟପୁର ସହର ରେ କରିବା ନିମନ୍ତେ ନିଷ୍ପତି ହୋଇଛି ।

ଉକ୍ତ କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲା ର ଆଂଚଳିକ ପ୍ରଭାରୀ ଉପେନ୍ଦ୍ର ନାଗ, ରାୟଗଡ଼ାର ଏନ ପି ସିଂଙ୍ଗ, ଶ୍ରୀ ସୁଧୀର ମିଶ୍ର , ବୌଦ୍ଧ ଜିଲ୍ଲା ର ବିଚିତ୍ରାନନ୍ଦ ସାହୁ ,କୋରାପୁଟ ଜିଲ୍ଲା ର ଶ୍ରୀ ବିଚିତ୍ର ନନ୍ଦ ଧଲ , ଅମର ପାଢ଼ୀ , ନିରଞ୍ଜନ ଭୂୟାଁ ,ସହ ସମନ୍ୱୟକ ବୁଲୁ ଦୋଲେଇ ଛତିଶ ଗଡ ର କାର୍ଯ୍ୟକର୍ତାଗଣ ଉପସ୍ଥିତ ରହି ମାଲକାନଗିରି ଜିଲ୍ଲା ସମନ୍ୱୟକ ସନ୍ଧ୍ୟା ରାଣୀ ପାଢ଼ୀ ,କୁଞ୍ଜ ଭାଇ ଫୋନ ବାର୍ତା ମାଧ୍ୟମରେ ହାତ ଉଠାଇ ଓମ୍ କହି ପୁର୍ଣ୍ଣ ସହ ମତି ସହ ସହଯୋଗ ର ହାତ ବଢାଇବା ର ପ୍ରତିଶ୍ରୁତି ପ୍ରଦାନ କରି ଥିଲେ । ଏଥିରେ ୪ ଟି ଜିଲ୍ଲା ଗାୟତ୍ରୀ ପରିବାର ର ସମସ୍ତ ମୂଖ୍ୟ କାର୍ଯ୍ୟକର୍ତା ,ଟ୍ରଷ୍ଟି ଉପସ୍ତିତ ଥିଲେ । ଶେଷରେ ମୁନା ଭାଇ ସମସ୍ତ ଙ୍କ ଉପସ୍ଥିତି ଖାତା ରେ ଦସ୍ତଖତ କରାଇ ଧନ୍ୟ ବାଦ ସହ ଶାନ୍ତି ପାଠ, ପ୍ରସାଦ ସେବନ କରି କାର୍ଯ୍ୟକ୍ରମର ପରି ସମାପ୍ତି କରି ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande