ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହାଇଦ୍ରାବାଦ ହାଉସରେ ଭେଟିଲେ କାନାଡା ପିଏମ କାର୍ନିରୁ
ନୁଆଦିଲ୍ଲୀ ମାର୍ଚ୍ଚ ୨ (ହି.ସ)-ଭାରତ ଗସ୍ତରେ ଆସିଥିବା କାନାଡାର ପ୍ରଧାନମନ୍ତ୍ରୀ ମାର୍କ କାର୍ନୀ ସୋମବାର ଦିନ ଜାତୀୟ ରାଜଧାନୀ ଦିଲ୍ଲୀ ସ୍ଥିତ ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି।ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଚାଲିଛି ଏଥିରେ ଭାରତ-କାନାଡିୟ ସ
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହାଇଦ୍ରାବାଦ ହାଉସରେ ଭେଟିଲେ କାନାଡା ପିଏମ କାର୍ନିରୁ


ନୁଆଦିଲ୍ଲୀ ମାର୍ଚ୍ଚ ୨ (ହି.ସ)-ଭାରତ ଗସ୍ତରେ ଆସିଥିବା କାନାଡାର ପ୍ରଧାନମନ୍ତ୍ରୀ ମାର୍କ କାର୍ନୀ ସୋମବାର ଦିନ ଜାତୀୟ ରାଜଧାନୀ ଦିଲ୍ଲୀ ସ୍ଥିତ ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି।ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଚାଲିଛି ଏଥିରେ ଭାରତ-କାନାଡିୟ ସମ୍ପର୍କକୁ ପୁନଃନିର୍ମାଣ, ବାଣିଜ୍ୟ ସହଯୋଗ ବୃଦ୍ଧି ଏବଂ ରଣନୈତିକ ସହଭାଗୀତାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯିବାର ସମ୍ଭାବନା ରହିଛି।ପୂର୍ବରୁ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ମଧ୍ୟ କାର୍ନିଙ୍କ ସହ ସାକ୍ଷାତ କରିଥିଲେ। କାନାଡା ପ୍ରଧାନମନ୍ତ୍ରୀଙ୍କ ଗସ୍ତର ଲକ୍ଷ୍ୟ ହେଉଛି, ବିଶେଷକରି ଶକ୍ତି,ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏଆଇ ଏବଂ ପ୍ରମୁଖ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା।କାର୍ନି ପ୍ରଥମେ ମୁମ୍ବାଇ ଗସ୍ତ କରିଥିଲେ, ଯେଉଁଠାରେ ସେ ପ୍ରମୁଖ ଶିଳ୍ପ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ ଏବଂ ଗତକାଲି ରାତିରେ ଦିଲ୍ଲୀରେ ପହଞ୍ଚିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande