
ଜୟପୁର, ୨ ମାର୍ଚ୍ଚ (ହି.ସ.)- ଜୟପୁର ବ୍ଲକ ଅନ୍ତର୍ଗତ ଜାମୁଣ୍ଡା ଠାରେ ପଞ୍ଚାୟତ ସ୍ତରିୟ ଅଭିଯୋଗ ଓ ଜନ ଶୁଣାଣି ଶିବିର ଆଜି ଅନୁଷ୍ଠିତ ହୋଇଛି । ଏହି ଅଭିଯୋଗ ଶୁଣାଣିରେ ବିଡିଓ ଶକ୍ତି ମହାପାତ୍ର, ସହକାରି ନିର୍ବାହୀ ଯନ୍ତ୍ରୀ ବିଜୟ କୁମାର ନନ୍ଦ, ସହକାରି ଯନ୍ତ୍ରୀ ରଞ୍ଜିତା ରାଣି ପଣ୍ଡା, ସରପଞ୍ଚ ମନଧର ଗାଦବା, ପ୍ରୋଗ୍ରାମ ଆସିଷ୍ଟାଣ୍ଟ ସସ୍ମିତା ପରିଡା ସହ ଅନ୍ୟ ଲାଇନର ବ୍ଲକ ସ୍ତରିୟ ଅଧିକାରି ମାନେ ଉପସ୍ଥିତ ଥିଲେ । ଏଥିରେ ପଞ୍ଚାୟତର ବିଭିନ୍ନ ଗ୍ରାମର ଗ୍ରାମବାସୀ ଉପସ୍ଥିତ ଥିଲେ । ଗ୍ରାମବାସୀ ମାନେ ବିଭାଗର ଅଧିକାରି ମାନଙ୍କୁ ପାନିୟ ଜଳ ସମସ୍ୟା ସହ ନୂତନ ଅଙ୍ଗନବାଡୀ କେନ୍ଦ୍ର ମରାମତି କରିବାକୁ ଦାବି କରାଯାଇଛି । ଏହା ସହ ଉପସ୍ଥିତ ଅଧିକାରି ମାନେ ବିଭିନ୍ନ ସରକାରୀ ଯୋଜନାର ଲାଭ କିପରି ପାଇବେ ସେନେଇ ସଚେତନ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି