ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
କେନ୍ଦୁଝର, ୦୨ ମାର୍ଚ୍ଚ (ହି.ସ.) - କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଦରବାର ହଲ୍ଠାରେ ଆଜି ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଶାଲ ସିଂହଙ୍କ ନିର୍ଦ୍ଦେଶକ୍ରମେ ବିଭିନ୍ନ ବିଭାଗୀୟ ଅଧିକାରୀ ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶତାଧିକ ଲୋକଙ୍କ
Joint w


କେନ୍ଦୁଝର, ୦୨ ମାର୍ଚ୍ଚ (ହି.ସ.) - କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଦରବାର ହଲ୍ଠାରେ ଆଜି ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଶାଲ ସିଂହଙ୍କ ନିର୍ଦ୍ଦେଶକ୍ରମେ ବିଭିନ୍ନ ବିଭାଗୀୟ ଅଧିକାରୀ ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶତାଧିକ ଲୋକଙ୍କ ସମସ୍ୟା ଓ ଅଭିଯୋଗ ଶୁଣିଥିଲେ।

ଆଜିର ଏହି ଶିବିରରେ ମୋଟ ୧୮୩ ଟି ଅଭିଯୋଗ ପତ୍ର ପଞ୍ଜିକୃତ ହୋଇଛି। ବ୍ୟକ୍ତିଗତ ସମସ୍ୟା ସମ୍ବନ୍ଧୀୟ ୧୫୧ ଟି, ସାମୁହିକ ଅଭିଯୋଗ ୩୨ଟି, ରେଡକ୍ରସ ସହାୟତା ପାଇଁ ୧୬ଟି ଆବେଦନ ଗ୍ରହଣ କରାଯାଇଛି।, ୩୮ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା ।

ଏହି ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକ ନୀତିନ କୁଶଳକର, ବନଖଣ୍ଡ ଅଧିକାରୀ ଧନରାଜ ଏଚ. ଡି,ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ, ରବିନ୍ଦ୍ର କୁମାର ପ୍ରଧାନ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ କୁମାର ନାଗଭୂଷଣ, ଉପଜିଲ୍ଲାପାଳ ଉମାଶଙ୍କର ଦଳାଇ ଓ ଅନ୍ୟାନ୍ୟ ବିଭାଗୀୟ ମୁଖ୍ୟମାନେ ଉପସ୍ଥିତ ରହି ଜନସାଧାରଣଙ୍କ ସମସ୍ୟା ବୁଝିଥିଲେ।

ସୂଚନାଯୋଗ୍ୟ ଯେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ମାର୍ଚ୍ଚ ମାସର ପରବର୍ତୀ ଅଭିଯୋଗ ଶୁଣାଣିଗୁଡ଼ିକ ବିଭିନ୍ନ ପଂଚାୟତ ସମିତି କାର?୍ୟ୍ୟାଳୟ ରେ ନିମ୍ନମତେ ଅନୁଷ୍ଠିତ ହେବ:୦୯।୦୩।୨୦୨୬ (ସୋମବାର) ପଂଚାୟତ ସମିତି କାର?୍ୟ୍ୟାଳୟ, ସାହାରପଡା, ୧୬।୦୩।୨୦୨୬ (ସୋମବାର) ପଂଚାୟତ ସମିତି କାର?୍ୟ୍ୟାଳୟ ଆନନ୍ଦପୁର, ୨୩।୦୩।୨୦୨୬ (ସୋମବାର) ପଂଚାୟତ ସମିତି କାର୍ଯ୍ୟାଳୟ, ଝୁମ୍ପୁରା ଏବଂ ୩୦ଜ୍ଝ୦୩ଜ୍ଝ୨୦୨୬(ସୋମବାର) ପଂଚାୟତ ସମିତି କାର୍ଯ୍ୟାଳୟ ବାଂଶପାଳ। ଅଂଚଳବାସୀ ଏହି ସୁଯୋଗର ସଦୁପଯୋଗ କରି ନିଜ ନିଜର ସମସ୍ୟା ପ୍ରଶାସନ ନିକଟରେ ଉପସ୍ଥାପନ କରିବାକୁ ଅନୁରୋଧ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande