କାଶ୍ମୀରର ଅନେକ ସ୍ଥାନରେ ଦ୍ଵିତୀୟ ଦିନ ମଧ୍ୟ ବିରୋଧ ପ୍ରଦର୍ଶନ ଜାରି, ଲାଲ ଚୌକ ସିଲ୍ କରାଗଲା
ଶ୍ରୀନଗର, ୨ ମାର୍ଚ୍ଚ (ହି.ସ.)- ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ମୃତ୍ୟୁ ବିରୋଧରେ ସୋମବାର ଦ୍ୱିତୀୟ ଦିନ ମଧ୍ୟ କାଶ୍ମୀରର ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ ଜାରି ରହିଛି । କିଛି ସ୍ଥାନରେ ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ସୁରକ୍ଷା ବାହିନୀ ହାଲୁକା ବଳ ପ୍ରୟୋଗ କରିଥିଲେ । ଲା
କାଶ୍ମୀରର ଅନେକ ସ୍ଥାନରେ ଦ୍ଵିତୀୟ ଦିନ ମଧ୍ୟ ବିରୋଧ ପ୍ରଦର୍ଶନ ଜାରି, ଲାଲ ଚୌକ ସିଲ୍ କରାଗଲା


ଶ୍ରୀନଗର, ୨ ମାର୍ଚ୍ଚ (ହି.ସ.)- ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ମୃତ୍ୟୁ ବିରୋଧରେ ସୋମବାର ଦ୍ୱିତୀୟ ଦିନ ମଧ୍ୟ କାଶ୍ମୀରର ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ ଜାରି ରହିଛି । କିଛି ସ୍ଥାନରେ ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ସୁରକ୍ଷା ବାହିନୀ ହାଲୁକା ବଳ ପ୍ରୟୋଗ କରିଥିଲେ । ଲାଲ ଚୌକରେ ଥିବା ପ୍ରତିଷ୍ଠିତ ଘଂଟାଘରର ଚର୍ତୁପାଶ୍ୱର୍କୁ ବ୍ୟାରିକେଡ୍ ଦ୍ୱାରା ସିଲ୍ କରାଯାଇଛି ।

ଅଧିକାରୀଙ୍କ ଅନୁଯାୟୀ, ସହରର ବେମିନା, ଗୁଣ୍ଡ ହସିଭାଟ, ଜାହାଙ୍ଗୀର ଚୌକ ଅଂଚଳ ଏବଂ ଦକ୍ଷିଣ କାଶ୍ମୀରର ପୁଲୱାମା ସହରରେ ବିରୋଧ ପ୍ରଦର୍ଶନ କରାଯାଇଛି । ବହୁ ସଂଖ୍ୟାରେ ସିଆ ଜନସଂଖ୍ୟା ବିଶିଷ୍ଟ ଏହି ଅଂଚଳଗୁଡ଼ିକରେ, ପ୍ରତିବାଦକାରୀମାନେ ଏକାଠି ହୋଇ ରାସ୍ତାରେ ଶୋଭାଯାତ୍ରା କରିଥିଲେ, ଆମେରିକା ଏବଂ ଇସ୍ରାଏଲ ବିରୋଧୀ ସ୍ଲୋଗାନ ଦେଇଥିଲେ । କିଛି ଅଂଚଳରେ, ସୁରକ୍ଷା ବାହିନୀକୁ ପ୍ରତିବାଦକାରୀଙ୍କୁ ଘଉଡ଼ାଇବା ପାଇଁ ହାଲୁକା ବଳ ପ୍ରୟୋଗ କରିବାକୁ ପଡିଥିଲା । ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ, ଘରୋଇ ସ୍କୁଲ ସମେତ ସମସ୍ତ ଶିକ୍ଷାନୁଷ୍ଠାନକୁ ଦୁଇ ଦିନ ପାଇଁ ବନ୍ଦ ରଖାଯାଇଛି । ଏଥିସହିତ ବିଶ୍ୱବିଦ୍ୟାଳୟ ପରୀକ୍ଷାଗୁଡିକ ମଧ୍ୟ ସ୍ଥଗିତ ରଖାଯାଇଛି ।

ପ୍ରତିବାଦକାରୀଙ୍କ ଏକତ୍ରିତତାକୁ ରୋକିବା ପାଇଁ ସହରରେ ବହୁ ସଂଖ୍ୟକ ପୋଲିସ ଏବଂ ଅର୍ଦ୍ଧସାମରିକ ବଳ ସିଆରପିଏଫ ଯବାନଙ୍କୁ ମୁତୟନ କରାଯାଇଛି । ଲାଲ ଚୌକ, ସୈଦା କଦଲ, ବଡଗାମ, ବାନ୍ଦିପୋରା, ଅନନ୍ତନାଗ ଏବଂ ପୁଲୱାମାରେ ବଡ଼ ଧରଣର ପ୍ରଦର୍ଶନ କରାଯାଇଥିଲା । ପ୍ରଦର୍ଶନକାରୀମାନେ ଆମେରିକା ଏବଂ ଇସ୍ରାଏଲ ବିରୋଧୀ ସ୍ଲୋଗାନ ଦେବା ସମୟରେ ଛାତି ପିଟୁଥିବା ଦେଖାଯାଇଥିଲା । ଅଧିକାରୀମାନେ କହିଛନ୍ତି ଯେ, ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଏକ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଏହି କଟକଣା ଲାଗୁ କରାଯାଇଛି । ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ, ସହରକୁ ପ୍ରବେଶ କରୁଥିବା ପ୍ରମୁଖ ଛକଗୁଡ଼ିକରେ କଂଟା ତାର ଏବଂ ବ୍ୟାରିକେଡ୍ ଲଗାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande