
ଜୟପୁର, ୦୨ ମାର୍ଚ୍ଚ (ହି.ସ.) - କୋରାପୁଟ ଜିଲ୍ଲା କୋଟପାଡ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଜାତୀୟ ଏଚ୍.ପି.ଭି ଟୀକାକରଣର ଶୁଭାରମ୍ଭ ହୋଇଛି । ଏହି ବ୍ଲକ ସ୍ତରିୟ ଟୀକାକରଣର ଶୁଭାରମ୍ଭ କାଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କୋଟପାଡ ଏନଏସି ଅଧ୍ୟକ୍ଷ ଏମ ଶଙ୍କର ରାଓ ଉପସ୍ଥିତ ରହି ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ବରିଷ୍ଟ ସାମ୍ବାଦିକ ତଥା ଆଇନଜୀବି ପଙ୍କଜ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଜରାୟୁ ଗ୍ରୀବା କର୍କଟ ପ୍ରତିରୋଧ ପାଇଁ ଅଭିନବ ପଦ କ୍ଷେପ । ସର୍ଭାଇକାଲ କ୍ୟାନ୍ସର ମୁକାବିଲା ପାଇଁ ୯-୧୪ ବର୍ଷର ବାଳିକାଙ୍କୁ ଟିକା ଦିଆଯିବ । ପ୍ରଥମ ଡୋଜ ପରବର୍ତୀ ୩ ଡୋଜ ମଧ୍ୟରେ ବର୍ଷେ ଅନ୍ତରାଳ ରହିଛି । ଏଚ୍.ପି.ଭି ଟୀକାରରଣ ଅଭିଯାନ- ଦେଶରେ ମହିଳାମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ କେନ୍ଦ୍ର ସରକାର ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି । ସର୍ଭାଇକାଲ୍ କ୍ୟାନ୍ସର ବା ଗର୍ଭାଶୟ ମୁଖ କର୍କଟରୁ ଦେଶର ଝିଅମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଭାରତରେ ଏଚ୍.ପି.ଭି ଟୀକାରରଣ ଅର୍ଥାତ୍ ହ୍ୟୁମାନ ପାପିଲୋମା ଭାଇରସ ଟିକାକରଣ କାର୍ଯ୍ୟକ୍ରମ ଆର ମ୍ଭ ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି