ଉଜ୍ଜୟିନୀରେ ବାବା ମହାକାଳଙ୍କ ଭସ୍ମ ଆରତୀରେ ହେଲା ବିଶେଷ ଶୃଙ୍ଗାର, ବାବାଙ୍କ ଦିବ୍ୟ ଦର୍ଶନ କଲେ ହଜାର ହଜାର ଭକ୍ତ
ଉଜ୍ଜୟିନୀ, 02 ମାର୍ଚ୍ଚ (ହି.ସ.)- ମଧ୍ୟ ପ୍ରଦେଶର ଉଜ୍ଜୟିନୀରେ ଅବସ୍ଥିତ ବିଶ୍ୱପ୍ରସିଦ୍ଧ ଜ୍ୟୋତିର୍ଲିଙ୍ଗ ମହାକାଳେଶ୍ୱର ମନ୍ଦିରରେ ଫାଲ୍ଗୁନ ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ସୋମବାର ପ୍ରଭାତେ ଭସ୍ମ ଆରତି ସମୟରେ ବାବା ମହାକାଳଙ୍କୁ ରାଜା ସ୍ୱରୂପରେ ବିଶେଷ ଶୃଙ୍ଗାର
ଉଜ୍ଜୟିନୀରେ ବାବା ମହାକାଳଙ୍କ ଭସ୍ମ ଆରତୀରେ ହେଲା ବିଶେଷ ଶୃଙ୍ଗାର,     ବାବାଙ୍କ ଦିବ୍ୟ ଦର୍ଶନ କଲେ ହଜାର ହଜାର ଭକ୍ତ


ଉଜ୍ଜୟିନୀ, 02 ମାର୍ଚ୍ଚ (ହି.ସ.)- ମଧ୍ୟ ପ୍ରଦେଶର ଉଜ୍ଜୟିନୀରେ ଅବସ୍ଥିତ ବିଶ୍ୱପ୍ରସିଦ୍ଧ

ଜ୍ୟୋତିର୍ଲିଙ୍ଗ ମହାକାଳେଶ୍ୱର ମନ୍ଦିରରେ ଫାଲ୍ଗୁନ ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥିରେ

ସୋମବାର ପ୍ରଭାତେ ଭସ୍ମ ଆରତି ସମୟରେ ବାବା ମହାକାଳଙ୍କୁ ରାଜା ସ୍ୱରୂପରେ ବିଶେଷ ଶୃଙ୍ଗାର

କରାଯାଇଥିଲା। ଏହି ଅବସରରେ ହଜାର ହଜାର ଭକ୍ତ ଦିବ୍ୟ ଦର୍ଶନର ଲାଭ ଉଠାଇଥିଲେ।

ମନ୍ଦିରର ପୁଜାରୀ ପଣ୍ଡିତ ମହେଶ ଶର୍ମା କହିଥିଲେ ଯେ ଫାଲ୍ଗୁନ ମାସ

ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀରେ ସୋମବାର ପ୍ରଭାତ 4ଟାରେ ଶ୍ରୀ ମହାକାଳେଶ୍ୱର ମନ୍ଦିରର ଦ୍ୱାର

ଖୋଲାଯାଇଥିଲା। ପଣ୍ଡା-ପୁଜାରୀମାନେ ଗର୍ଭଗୃହରେ ସ୍ଥାପିତ ସମସ୍ତ ଦେବଦେବୀଙ୍କ ପୂଜା କରି ବାବା

ମହାକାଳଙ୍କ ଜଳାଭିଷେକ କରିଥିଲେ ଏବଂ ଦୁଧ, ଦହି, ଘିଅ, ଚିନି ଓ ଫଳରସରେ ପ୍ରସ୍ତୁତ ପଞ୍ଚାମୃତରେ ପୂଜା

କରାଯାଇଥିଲା। ଜଟାଧାରୀ ବାବା ମହାକାଳଙ୍କୁ ରାଜା ସ୍ୱରୂପରେ ଶୃଙ୍ଗାର କରାଯାଇଥିଲା। ଏହି

ଶୃଙ୍ଗାରର ବିଶେଷତା ହେଲା ବାବା ମହାକାଳଙ୍କୁ ତ୍ରିନେତ୍ର ସ୍ୱରୂପରେ ବିଶେଷ ଅଲଙ୍କାର

କରାଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande