
ମାଲକାନଗିରି, ୨ ମାର୍ଚ୍ଚ (ହି.ସ.)- ମାଲକାନଗିରି ସ୍ଥିତ ସତୀଗୁଡା ଇକୋ ପାର୍କରେ ଜିଲ୍ଲା ପିଇଓ ସଂଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହେବା ସହିତ ସଂଘର କର୍ମକର୍ତ୍ତାଙ୍କୁ ଚୟନ କରାଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାର ଶତାଧିକ ପିଇଓ ଉପସ୍ଥିତ ରହି ଜିଲ୍ଲା ସଭାପତି ଭାବେ ମାଥିଲି ପିଇଓ ଅଶୋକ କୁମାର ମହାରଣାଙ୍କୁ ଚୟନ କରିଥିବା ବେଳେ ସଂପାଦକ ଭାବେ ଜୟନ୍ତ ପାଢୀ, ଉପସଭାପତି ଭାବେ ହୃଷୀକେଶ ରାଓ, ଯୁଗ୍ମ ସଂପାଦକ ଭାବେ ଅଭିଷେକ ବେହେରା, କୋଷାଧ୍ୟକ୍ଷ ଭାବେ ବିଜୟ ପଣ୍ଡାଙ୍କୁ ମନୋନୀତ କରିଥିଲେ ।
ନୂତନ ସଂଘର କର୍ମକର୍ତ୍ତା ଆଗାମୀ ଦିନରେ ସଂଘର ଉନ୍ନତି ଓ ପିଇଓମାନଙ୍କ ସମସ୍ୟାର ସମାଧାନ କରିବା ନେଇ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ