
ଭୁବନେଶ୍ୱର, ୦୨ ମାର୍ଚ୍ଚ (ହି.ସ)- ଶେଷ ହୋଇଛି ମାଟ୍ରିକ୍ ପରୀକ୍ଷା। ମେ ପ୍ରଥମ କିମ୍ୱା ଦ୍ୱିତୀୟ ସପ୍ତାହରେ ବାହାରିବ ରେଜଲ୍ଟ । ଏଥିପାଇଁ ପୀରକ୍ଷା ସରିବା ପରେ ଖୁବଶୀଘ୍ର ଆରମ୍ଭ ହେବ ଖାତା ଦେଖା । ଖାତା ଦେଖା ଶୀଘ୍ର ସାରିବା ପାଇଁ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ତ୍ରୁଟି ଏଡେଇବାକୁ ବିଭାଗ ପକ୍ଷରୁ ବିଶେଷ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ମାଟ୍ରିକ୍ ପରୀକ୍ଷା ଶେଷ ଦିନରେ ଏନେଇ ଆଜି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ବଡ଼ ସୂଚନା ଦେଇଛନ୍ତି । ଚଳିଥ ବର୍ଷ ଫେବ୍ରୁଆରୀ ୧୯ ତାରିଖଠାରୁ ମାର୍ଚ୍ଚ ୨ ତାରିଖ ଯାଏ ମାଟ୍ରିକ୍ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା