ନୃତ୍ୟ ମହୋତ୍ସବରେ ଝୁମିଲେ ଦର୍ଶକ,ଆତ୍ମ ବିଭୋର ଅତିଥି
ଭଦ୍ରକ, ୨ ମାର୍ଚ୍ଚ (ହି.ସ.) - ଚାନ୍ଦବାଲି ବିଜୁ ସ୍ମୃତି ଭବନ ପରିସରରେ ଦୁଇ ଦିନ ଧରି ଚାଲି ଥିବା ମୀରାମ୍ବିକା ନୃତ୍ୟ ମହୋତ୍ସବ ଓ ଚିତ୍ରକଳା ପ୍ରଦର୍ଶନୀ-୨୦୨୬ ଉଦଯାପିତ ହୋଇଯାଇଛି। ମୀରାମ୍ବିକା ଫାଇନ ଆର୍ଟ୍ସ ଓ ସଂଗୀତ ମହାବିଦ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ ନୃତ୍ୟ ମହୋତ୍ସବ ଓ ଚିତ୍ରକଳା ପ୍ରଦ
NRUTYRE JHUMILE DARSAKA


ଭଦ୍ରକ, ୨ ମାର୍ଚ୍ଚ (ହି.ସ.) - ଚାନ୍ଦବାଲି ବିଜୁ ସ୍ମୃତି ଭବନ ପରିସରରେ ଦୁଇ ଦିନ ଧରି ଚାଲି ଥିବା ମୀରାମ୍ବିକା ନୃତ୍ୟ ମହୋତ୍ସବ ଓ ଚିତ୍ରକଳା ପ୍ରଦର୍ଶନୀ-୨୦୨୬ ଉଦଯାପିତ ହୋଇଯାଇଛି। ମୀରାମ୍ବିକା ଫାଇନ ଆର୍ଟ୍ସ ଓ ସଂଗୀତ ମହାବିଦ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ ନୃତ୍ୟ ମହୋତ୍ସବ ଓ ଚିତ୍ରକଳା ପ୍ରଦର୍ଶନୀର ଉଦଯାପନୀ ଉତ୍ସବ ଅଧ୍ୟକ୍ଷା ସାଗରୀକା ମଲ୍ଲିକଙ୍କ ପୌରହିତ୍ୟରେ ଓ ଶିକ୍ଷାବିତ ଅମୁଲ୍ୟ କୁମାର ରାଉତଙ୍କ ସଂଚାଳନରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟ, ମୁଖ୍ୟବକ୍ତା ସହକାରୀ ଜିଲ୍ଲାପାଳ କାର୍ତ୍ତିକ ମଣ୍ଡଳ,ସମ୍ମାନିତ ଅତିଥି ପ୍ରାକ୍ତନ ଭଦ୍ରକ ଜିଲ୍ଲା ପରିଷଦ ସଭାପତି ଦ୍ୱିଜବର ରାଉତ,ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ସମ୍ପାଦକ ଆଇନୀଜି୍ୱୀ ପବନ କୁମାର ଶର୍ମା, ଚାନ୍ଦବାଲି ଓକିଲ ସଙ୍ଘର ସଭାପତି ଉପେନ୍ଦ୍ର କୁମାର ରାଉଳ,ନୃତ୍ୟ ଗୁରୁ ମନୋଜ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇ ମୀରାମ୍ବିକା ନୃତ୍ୟ ମହୋତ୍ସବର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।ଏଥିରେ ସାହିତ୍ୟିକ ପ୍ରଫୁଲ୍ଲ କୁମାର ଦାସ ଅତିଥିମାନଙ୍କର ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡିଶୀ ନୃତ୍ୟ,ସମ୍ବଲପୁରୀ ଓ ବିଭିନ୍ନ ଲୋକନୃତ୍ୟରେ ଝୁମିଲେ ଦର୍ଶକ ଓ ଆତ୍ମ ୍ୱିଭୋର ହେଲେ ଅତିଥି।ଏହି ଅବସରରେ ନୃତ୍ୟଗୁରୁ ଶ୍ରୀ ପ୍ରଧାନଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ବିଭିନ୍ନ ନୃତ୍ୟ କଳାକାରମାନଙ୍କୁ ପ୍ରମାଣପତ୍ର ସହ ଟ୍ରଫି ପ୍ରଦାନ କରି ପୁରସ୍କୃତ କରାଯାଇଥିଲା। ମୀରାମ୍ବିକାର ସଭାପତି ସରୋଜ କୁମାର ମଲ୍ଲିକଙ୍କ ନେତୃତ୍ୱରେ ସମାଜସେବୀ ପ୍ରଶାନ୍ତ ମିଶ୍ର,ବିଶ୍ୱନାଥ ଦାସ,ପ୍ରଦୀପ ଦାସ,ଅନୁପ ଜେନା,ଅମୀୟ ସାହୁ ଅମର ସେଠୀ ଓ କିଶୋର ଦାସ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ଶେଷରେ ସଭାପତି ଶ୍ରୀ ମଲ୍ଲିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

---------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande