
କୋରେଇ, ୦୨ ମାର୍ଚ୍ଚ (ହି.ସ.) - ଅନେକ ସମୟରେ ପୁଲିସର ପକ୍ଷପାତିତା ପାଇଁ ନ୍ୟାୟ ପାଇବାରୁ ବଂଚିତ ହୁଅନ୍ତି ସାଧାରଣ ଜନତା । ଜୀବନରୁ ମାରଦେବାକୁ ଉଦ୍ୟମ ଓ ମରଣାନ୍ତକ ଆକ୍ରମଣ ମାମଲାରେ ଅଭିଯୁକ୍ତକୁ ପୁଲିସ ଗିରଫ କରିବା ପରିବର୍ତେ ମାମଲା ରୁଜ୍ଜୁ କରିବାରେ ଟାଳଟୁଳ ନିତୀ ଅବଲମ୍ବନ କରିବା ଓ ସପ୍ତାହ ପରେ ମାମଲା ରୁଜ୍ଜୁ କରି ହାତବାନ୍ଧି ବସିଥିବା ବେଳେ ପିଡିତା ନ୍ୟାୟ ନପାଇ ଶେଷରେ ଆଜି ପାଣିକୋଇଲିସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଏସପିଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଛି । ପ୍ରକାଶଯେ ଧର୍ମଶାଳା ଥାନା ଅନ୍ତର୍ଗତ ନିଳାଦେଇପୁର ଗ୍ରାମର ଦମୟନ୍ତୀ ଓଝା ଗତ ୨୦୨୪ ମସିହା ଡିସେମ୍ବର ୧୧ ତାରିଖ ଯାଜପୁର ସଦର ଥାନା ଅନ୍ତର୍ଗତ ମିର୍ଜ୍ଜାପୁର ଗ୍ରାମର ଆକଶ କୁମାର ଓଝାଙ୍କ ସହ ବୈଦୀକ ରିତୀରେ ବିବାହ ହୋଇଥିଲା । ବିବାହର ୧୫ ଦିନ ପରେ ଆକଶ ସେ କାମ କରୁଥିବା ବ୍ରହ୍ମପୁରକୁ ପଳାଇଥିଲା । ତାଙ୍କୁ ଫୋନ କଲେ ବି ସେ ବ୍ୟସ୍ତ ଅଛନ୍ତି କହି ଫୋନ କାଟି ଦିଅନ୍ତି । ପରେ ସେ ଆସି ଦମୟନ୍ତିକୁ ବ୍ରହ୍ମପୁର ନେଇଯାଇଥିଲେ । ସେଠାରେ ୧୩ ଦିନ ରହିବା ଭିତରେ ନିଶାସକ୍ତ ଭାବେ ଆକାଶ ବିଭିନ୍ନ ସମୟରେ ଆକ୍ରମଣ ଓ ମାରପିଟ କରନ୍ତି । ତାଙ୍କ ଅନିଚ୍ଛାରେ ପରିବାର ଲୋକ ବିବାହ କରାଇଛନ୍ତି ବୋଲି କୁହନ୍ତି । ଅନ୍ୟ ଝିଅ ସହ ତାଙ୍କର ସର୍ମ୍ପକ ରହିଥିବା ମଧ୍ୟ ଜଣାପଡିଛି । ପରେ ବ୍ରହ୍ମପୁରରୁ ନେଇ ଆସି ତାଙ୍କ ସପରିବାର ଯାଜପୁର ଟାଉନସ୍ଥିତ ଲଳିତେଶ୍ୱର ନଗର ଭଡା ଘରେ ରହୁଥିବା ଘରେ ସେମାନେ ରହିଥିଲେ । ହେଲେ ସମସ୍ତ ପରିବାର ସହିତ ତାଙ୍କର ସର୍ମ୍ପକ ପଡୁନଥିଲା । ଶଶୁର ରବିନ୍ଦ୍ର ଓଝା ମଧ୍ୟ ତାଙ୍କୁ ଲୋଲୁପଦୃଷ୍ଟିରେ ଦେଖନ୍ତି । ଏମିତିକି ବାରମ୍ବାର ସର୍ମ୍ପକ ରଖିବାକୁ କହିଛନ୍ତି । ଗତ ଫେବୃଆରୀ ୧ ତାରିଖ ତାଙ୍କ ପରିବାରର ସ୍ୱାମୀ, ଶାଶୂୁ , ଶଶୁର, ଦାଦା ଶଶୁର, ଦିଅର ଓ ନଣନ୍ଦ ମିଶି ଏକ ବଣ୍ଡ ପେପରେ ଜବରଦସ୍ତ ଦସ୍ତଖତ କରାଇନେବା ପରେ ମାଡ ମାରଥିଲେ । ଖାଇବାକୁ ନଦେଇ ଘରେ ପୁରାଇ ବନ୍ଦ କରି ରଖୁଥିଲେ । ଏମିତିକି ତଂଟିଚିପି ମାରିଦେବାକୁ ଉଦ୍ୟମ କରିଥିଲେ । ଫେବୃଆରୀ ତିନି ତାରିଖ ମାଡ ସମୟରେ ଘର ମାଲିକ ପହଂଚିଯିବା ବେଳେ ଦମୟନ୍ତିର ଭାଇ ପହଂଚି ତାଙ୍କୁ ଉଦ୍ଧାର କରି ଧର୍ମଶାଳା ଚିକିତ୍ସାଳୟରେ ଚିକିତ୍ସା କରାଇଥିଲେ । ଏନେଇ ୭ ତାରିଖ ଯାଜପୁର ଟାଉନ ଥାନାରେ ଅଭିଯୋଗ କରିଥିଲେ । ମାମଲା ରୁଜ୍ଜୁ କରି କାର୍ଯ୍ୟାନୁଷ୍ଠାନ ପରିବର୍ତେ ପୁଲିସ ସେମାଡ଼ଙ୍କ ଚାପର ବଶବର୍ତୀ ହୋଇ ୧୭ ତାରିଖ ପର୍ଯ୍ୟନ୍ତ ମାମଲା ରୁଜ୍ଜୁ କଲା ନାହିଁ ପରେ ୧୭ ତାରିଖ ଏକ ମାମଲା ୬୧/୨୬ ରୁଜ୍ଜୁ କରିଥିଲା । କିନ୍ତୁ କାର୍ଯ୍ୟାନୁଷ୍ଠାନ ଅବଧି ନେଇନାହିଁ । ଅଭିଯୁକ୍ତ ମାନେ ପୁଲିସ ପାଖରେ ପହଂଚିଥିବା ବେଳେ ପୁଲିସ ତାଙ୍କୁ ଗରିଫ କଲାନାହିଁ । ଏବେ ସେମାନଙ୍କୁ ପାଉନାହିଁ କହି ସମୟ ଗଡାଉଛି । ଫଳରେ ନ୍ୟାୟରୁ ବଂଚିତ ହୋଇ ଦମୟନ୍ତି ଆଜି ଏସପିଙ୍କୁ ଭେଟି ଜୀବନର ସୁରକ୍ଷା ଓ ଅଭିଯୁକ୍ତ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ