ବିଜେଡି ଓ କଂଗ୍ରେସର ଆଭିମୁଖ୍ୟ ଗଣତନ୍ତ୍ର ପ୍ରତି ସୁସ୍ଥ ପରମ୍ପରା ନୁହେଁ - ବିଜେପି
ବିଜେଡି ଯାହା କରିଛି ଠିକ୍ କରିଛି - ଗଣେଶ୍ୱର ବେହେରା ଭୁବନେଶ୍ୱର ,୦୨ ମାର୍ଚ୍ଚ (ହି.ସ)- ରାଜ୍ୟସଭା ପ୍ରାର୍ଥୀକୁ ନେଇ ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସର ଆଭିମୁଖ୍ୟ ଗଣତନ୍ତ୍ର ପ୍ରତି ସୁସ୍ଥ ପରମ୍ପରା ନୁହେଁ ବୋଲି କହିଛି ବିଜେପି। ରାଜ୍ୟ ବିଜେପି ମୁଖପାତ୍ର ସୁଦୀପ୍ତ ରାୟ କହିଛନ୍ତି ଯେ ରାଜ୍ୟସଭା
ବିଜେଡି ଓ କଂଗ୍ରେସର ଆଭିମୁଖ୍ୟ ଗଣତନ୍ତ୍ର ପ୍ରତି ସୁସ୍ଥ ପରମ୍ପରା ନୁହେଁ - ବିଜେପି


ବିଜେଡି ଯାହା କରିଛି ଠିକ୍ କରିଛି - ଗଣେଶ୍ୱର ବେହେରା

ଭୁବନେଶ୍ୱର ,୦୨ ମାର୍ଚ୍ଚ (ହି.ସ)- ରାଜ୍ୟସଭା ପ୍ରାର୍ଥୀକୁ ନେଇ ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସର ଆଭିମୁଖ୍ୟ ଗଣତନ୍ତ୍ର ପ୍ରତି ସୁସ୍ଥ ପରମ୍ପରା ନୁହେଁ ବୋଲି କହିଛି ବିଜେପି। ରାଜ୍ୟ ବିଜେପି ମୁଖପାତ୍ର ସୁଦୀପ୍ତ ରାୟ କହିଛନ୍ତି ଯେ ରାଜ୍ୟସଭା ପ୍ରାର୍ଥୀ ଚୟନ ଓ ଘୋଷଣା ପୂର୍ବରୁ ସୁସ୍ଥ ଗଣତାନ୍ତ୍ରିକ ପରମ୍ପରା ବଜାୟ ରଖିବା ପାଇଁ ବିରୋଧି ଦଳ ସମସ୍ତ ରାଜନୈତିକ ଦଳମାନଙ୍କ ସହ ଚର୍ଚ୍ଚା ଆଲୋଚନା କରିବା ଉଚିତ୍ ଥୁଲା। ଖୁବଶୀଘ୍ର ବିଜେପି ନିଶ୍ଚିତ ଭାବରେ ନିଜର ରଣନୀତି ଓ ପରବର୍ତୀ ପଦକ୍ଷେପ ପ୍ରସଙ୍ଗରେ ନିଷ୍ପତି ଗ୍ରହଣ କରିବ। ଡାକ୍ତର ସମାଜ ପ୍ରତି ସମାଜର ଶ୍ରଦ୍ଧା ଓ ସମ୍ମାନ ସଦାସର୍ବଦା ରହି ଆସିଛି।

ଅନ୍ୟପକ୍ଷରେ ବିଜେପିର ପ୍ରତିକ୍ରିୟା ବିସ୍ମୟକର ବୋଲି କହିଛନ୍ତି ବିଜେଡି ବିଧାୟକ ଗଣେଶ୍ୱର ବେହେରା। ସେ କହିଛନ୍ତି ଯେ ଅସୁସ୍ଥ ପରମ୍ପରା କେଉଁଠି ସୃଷ୍ଟି ହେଲା ? ସରକାରୀ ଦଳ କଣ ଆଲୋଚନା କରି ପାରି ନ ଥାନ୍ତା। ବିଜେଡି ଯାହା କରିଛି ଠିକ୍ କରିଛି।ଡାକ୍ତର ହୋତା ବିଜେଡି ଓ କଂଗ୍ରେସ ସମର୍ôଥତ ପ୍ରାର୍ଥୀ, ବିଜେଡି ପ୍ରାର୍ଥୀ ନୁହଁନ୍ତି। ଡାକ୍ତର ସମାଜ ପ୍ରତି ସମ୍ମାନ ଅଛି ବୋଲି ବିଜେପି କାହିଁକି କହିଲା। ଯଦି ସମ୍ମାନ ଅଛି ତାହେଲେ ସମର୍ଥନ କରନ୍ତୁ, ସେ କୌଣସି ଦଳର ନୁହଁନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande