
ଭୁବନେଶ୍ୱର, ୦୨ ମାର୍ଚ୍ଚ (ହି.ସ)- ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ୩ ଜଣ ପ୍ରାର୍ଥୀ ଦେବ । ୫ ତାରିଖରେ ବିଜେପି ପ୍ରାର୍ଥୀମାନେ ନାମାଙ୍କନ ଭରିବେ । ସୋମବାର ମୁଖ୍ୟମନ୍ତ୍ରୀ ଡ଼ାକିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏନେଇ ଆଲୋଚନା ହୋଇଛି । ୩ ପ୍ରାର୍ଥୀଙ୍କ ପାଇଁ ନାମାଙ୍କନ ପତ୍ରରେ ବିଧାୟକଙ୍କ ଦସ୍ତଖତ ନିଆଯାଇଛି। ଏହାସହ ୫ ତାରିଖ ଦିନ ନାମାଙ୍କନ ପତ୍ର ଦାଖଲ ସମୟରେ ଉପସ୍ଥିତ ରହିବାକୁ ବିଧାୟକ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସହ ବିଧାୟକ ମାନେ ଉପସ୍ଥିତ ଥିଲେ ।
ଅନ୍ୟପକ୍ଷରେ ରାଜ୍ୟସଭା ନିର୍ବାଚନ ପାଇଁ ୧୬ ସେଟ୍ ଫର୍ମ ନେଇଛି ବିଜେପି । ରିଟର୍ଣ୍ଣିଂ ଅଫିସରଙ୍କ ପାଖରୁ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ଓ ଅନ୍ୟ ୫ ବିଧାୟକ ୧୬ ସେଟ୍ ଫର୍ମ ନେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା