
ଜୟପୁର, ୨ ମାର୍ଚ୍ଚ (ହି.ସ.)- ଜୟପୁର ବ୍ଲକ ଅନ୍ତର୍ଗତ ରାବଣାଗୁଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଜାତୀୟ ଏଚ୍.ପି.ଭି. ଟୀକାକରଣର ଶୁଭାରମ୍ଭ ହୋଇଛି । ଏହି ବ୍ଲକ ସ୍ତରିୟ ଟୀକାକରଣର ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜୟପୁର ବ୍ଲକ ଅଧ୍ୟକ୍ଷା ତିଳୋତ୍ତମା ମୁଦୁଲି, ବିଡିଓ ଶକ୍ତି ମହାପାତ୍ର ଉପସ୍ଥିତ ଥିଲେ । ଜରାୟୁ ଗ୍ରୀବା କର୍କଟ ପ୍ରତିରୋଧ ପାଇଁ ଅଭିନବ ପଦକ୍ଷେପ । ଶୁଭାରମ୍ଭ ସମୟରେ ରାବଣାଗୁଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ସ୍ୱାସ୍ତିକ ମହଲା, ଆରଭିସିସିଏମ ଅଭିଶେକ ମିଶ୍ର, ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରି ଧରିତ୍ରି ମୁଦୁଲି, ବିପିଏମ ସନ୍ତୋଷିନି ପଣ୍ଡା, ସୁପରଭାଇଜର ସୁଶାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ୨ ମାସ ରବାଣାଗୁଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ରେ ଟୀକାକରଣ ହେବ ବୋଲି ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି । କିଶୋରୀଙ୍କ ପାଇଁ ବରଦାନ ହେବ ଏଚ୍.ପି.ଭି. ଟୀକାରରଣ । ରାଜସ୍ଥାନର ଆଜମେରରେ ଏଚ୍.ପି.ଭି. ଟୀକାରରଣ ଟୀକାକରଣ ଶୁଭାରମ୍ଭ କରିଛନ୍ତି ପ୍ରଧାନମମନ୍ତ୍ରୀ । ସର୍ଭାଇକାଲ କ୍ୟାନ୍ସର ମୁକାବିଲା ପାଇଁ ୯-୧୪ ବର୍ଷର ବାଳିକାଙ୍କୁ ଏହି ଟୀକା ଦିଆଯିବ । ପ୍ରଥମ ଡୋଜ ପରବର୍ତ୍ତୀ ୩ ଡୋଜ ମଧ୍ୟରେ ବର୍ଷେ ଅନ୍ତରାଳ ରହିଛି । ଏଚ୍.ପି.ଭି. ଟୀକାରରଣ ଅଭିଯାନ- ଦେଶରେ ମହିଳାମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ କେନ୍ଦ୍ର ସରକାର ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି । ସର୍ଭାଇକାଲ୍ କ୍ୟାନ୍ସର ବା ଗର୍ଭାଶୟ ମୁଖ କର୍କଟରୁ ଦେଶର ଝିଅମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଭାରତରେ ଏଚ୍.ପି.ଭି. ଟୀକାରରଣ ଅର୍ଥାତ୍ ହ୍ୟୁମାନ ପାପିଲୋମା ଭାଇରସ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ଅଭିଯାନ ଅଧୀନରେ ସରକାର ପ୍ରତିବର୍ଷ ପ୍ରାୟ ୧.୧୫ କୋଟି ୧୪ ବର୍ଷର କିଶୋରୀଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଏହି ଟୀକା ପ୍ରଦାନ କରିବେ । ସରକାରୀ ଡାକ୍ତରଖାନାରେ ଏହି ଟୀକା ଉପଲବ୍ଧ ହେବ । ସ୍ୱେଚ୍ଛାକୃତ ଭାବେ ଦିଆଯାଉଥିବା ଏହି ଟୀକାକରଣ 'ସ୍ୱସ୍ଥ ନାରୀ, ସଶକ୍ତ ରାଷ୍ଟ୍ର' ସଂକଳ୍ପକୁ ଆହୁରି ମଜବୁତ କରିବ । ମହିଳାମାନଙ୍କ ମଧ୍ୟରେ କର୍କଟ ସମ୍ପର୍କିତ ରୋଗର ପ୍ରମୁଖ କାରଣ ମଧ୍ୟରୁ ଗୋଟିଏ ଏବଂ ଏହା ସାରା ଦେଶରେ ଝିଅ ଏବଂ ମହିଳାଙ୍କ ଦୀର୍ଘକାଳୀନ ସ୍ୱାସ୍ଥ୍ୟକୁ ସୁରକ୍ଷା
ଦେବାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହେବ । କାହିଁକି ଜରୁରୀ ଏହି ଟୀକା ଭାରତରେ ମହିଳାମାନଙ୍କ ମଧ୍ୟରେ ଦେଖାଯାଉଥିବା କର୍କଟ ମଧ୍ୟରେ ଅଧିକାଂଶ ସର୍ଭାଇକାଲ କ୍ୟାନ୍ସରରେ ପୀଡ଼ିତ । ଦେଶରେ ପ୍ରତିବର୍ଷ ପ୍ରାୟ ୮୦ ହଜାର ନୂଆ ମାମଲା ସାମ୍ନାକୁ ଆସୁଥିବା ବେଳେ ୪୨ ହଜାରରୁ ଅଧିକ ମହିଳାଙ୍କ ମୃତ୍ୟୁ ଘଟୁଛି । ଡାକ୍ତରଙ୍କ ଅନୁଯାୟୀ, ଏଚ୍.ପି.ଭି. ଭାଇରସ ବିଶେଷ କରି ଟାଇପ୍ ୧୬ ଏବଂ ୧୮ ଯୋଗୁଁ ଏହି କର୍କଟ ହୋଇଥାଏ । ସଠିକ୍ ସମୟରେ ଟୀକାକରଣ ଏବଂ ଯାଞ୍ଚ ଦ୍ୱାରା ଏହି
ମାରାତ୍ମକ ରୋଗକୁ ରୋକାଯାଇପାରିବ ।
ହିନ୍ଦୁସ୍ଥାନ ସମାଚାର / ପିକେପି