ଜିଲା କୋର୍ଟ ରେ ହାଜର ହେଲେ ତତ୍କାଳିନ ଥାନା ଅଧିକାରି ରାଜେଶ ବଳିଆର ସିଂ
ଜୟପୁର, ୨ ମାର୍ଚ୍ଚ (ହି.ସ.)- ଗଞ୍ଜେଇ ଚୋରା ଚାଲାଣକାରିଙ୍କୁ ଆଶ୍ରୟ ଦେବା ଅଭିଯୋଗରେ ଫେରାର ଥିବା ଥାନା ଅଧିକାରି ଜୟପୁର ସ୍ଥିତ ଜିଲା ଜଜ୍ କୋର୍ଟରେ ଆଜି ଆତ୍ମସମର୍ପଣ କରିଛନ୍ତି । ଥାନା ଅଧିକାରି ଜଣକ ହେଉଛନ୍ତି ପୁରୀ ଜିଲା ଅସ୍ତରଙ୍ଗର ତତ୍କାଳୀନ ଥାନା ଅଧିକାରି ରାଜେଶ ବଳିଆରସିଂ । ସେ ୬ ମାସ ହ
ଜିଲା କୋର୍ଟ ରେ ହାଜର ହେଲେ ତତ୍କାଳିନ ଥାନା ଅଧିକାରି ରାଜେଶ ବଳିଆର ସିଂ


ଜୟପୁର, ୨ ମାର୍ଚ୍ଚ (ହି.ସ.)- ଗଞ୍ଜେଇ ଚୋରା ଚାଲାଣକାରିଙ୍କୁ ଆଶ୍ରୟ ଦେବା ଅଭିଯୋଗରେ ଫେରାର ଥିବା ଥାନା ଅଧିକାରି ଜୟପୁର ସ୍ଥିତ ଜିଲା ଜଜ୍ କୋର୍ଟରେ ଆଜି ଆତ୍ମସମର୍ପଣ କରିଛନ୍ତି । ଥାନା ଅଧିକାରି ଜଣକ ହେଉଛନ୍ତି ପୁରୀ ଜିଲା ଅସ୍ତରଙ୍ଗର ତତ୍କାଳୀନ ଥାନା ଅଧିକାରି ରାଜେଶ ବଳିଆରସିଂ । ସେ ୬ ମାସ ହେବ ଫେରାର ଥିଲେ । ସେ ଗଞ୍ଜେଇ ମାଫିଆଙ୍କୁ ସହଯୋଗ କରିବା ସହ ଗାଡି ବ୍ୟବହାର କରୁଥିଲେ । ଏହା ସେମାନଙ୍କୁ ଆଶ୍ରୟ ଦେଉଥିଲେ । ସୂଚନା ଆଧାରରେ ଜୟପୁର ଟିମ୍ ତାଙ୍କ ସରକାରି ବାସଭବନରେ ଚଢଉ କରିଥିଲେ । ତତ୍କାଳିନ ଜୟପୁର ଏସଡିପିଓ ପାର୍ଥ କଶ୍ୟପଙ୍କ ନେତୃତ୍ୱରେ ଗତ ଅଗଷ୍ଟ ମାସରେ ଗଞ୍ଜେଇ ମାମଲାର ଏକ ଟିମ୍ ଭୁବନେଶ୍ୱର ଯାଇଥିଲେ । ଥାନା ଅଧିକାରି ରାଜେଶକୁ କାବୁ କରିଥିଲେ । ସେଠାରୁ ରାଜେଶ ଚମ୍ପଟ ମାରିଥିଲେ । ପରେ ପୋଲିସ ଡିଜିପି ତାଙ୍କୁ ନିଲମ୍ବନ କରିଥିଲେ । ସେହି ଦିନ ଠାରୁ ଥାନା ଅଧିକାରି ଫେରାର ଥିବାବେଳେ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ । ହାଇକୋର୍ଟ ଜାମିନ ଦେବା ସହ ତଳ କୋର୍ଟ ହାଜର ହୋଇ ଜାମିନରେ ଯିବାକୁ ନିର୍ଦ୍ଦେଶ ଦେଇଥିଲେ । ୫୦ ହଜାର ଟଙ୍କା ମୁଚାଲିକା ସହ ଜାମିନରେ ଗଲେ । ରାଜେଶ ବଳିଆରଂ ସିଂ କୋରାପୁଟ ଜିଲାର ଜୟପୁର ଟାଉନ ଥାନା କୋରାପୁଟ ସହ ରାୟଗଡା ଜିଲାରେ ଭଳି ଅନେକ ଥାନାରେ କାର୍ଯ୍ୟ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande