ଶ୍ରୀମନ୍ଦିର ନୂତନ ନୀତି ପ୍ରଶାସକଙ୍କ କାର୍ଯ୍ୟରେ ଯୋଗଦାନ
ପୁରୀ, ୨ ମାର୍ଚ୍ଚ (ହି.ସ.)- ଶ୍ରୀମନ୍ଦିର ନୀତି ପ୍ରଶାସକ ଭାବେ ଆଜି କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି ଓଡ଼ିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ପ୍ରିୟ ରଞ୍ଜନ ପୃଷ୍ଟି । ପୂର୍ବତନ ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ଠାରୁ ଶ୍ରୀ ପୃଷ୍ଟି ଏହି ଦାୟିତ୍ଵ ଗ୍ରହଣ କରିଥିଲେ । ଗତକାଲି ବିଧି
ନୂତନ ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ କାର୍ଯ୍ୟରେ ଯୋଗଦାନ


ପୁରୀ, ୨ ମାର୍ଚ୍ଚ (ହି.ସ.)- ଶ୍ରୀମନ୍ଦିର ନୀତି ପ୍ରଶାସକ ଭାବେ ଆଜି କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି ଓଡ଼ିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ପ୍ରିୟ ରଞ୍ଜନ ପୃଷ୍ଟି । ପୂର୍ବତନ ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ଠାରୁ ଶ୍ରୀ ପୃଷ୍ଟି ଏହି ଦାୟିତ୍ଵ ଗ୍ରହଣ କରିଥିଲେ । ଗତକାଲି ବିଧିବଦ୍ଧ ଭାବେ ଶ୍ରୀ ପୃଷ୍ଟି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିବା ବେଳେ ପୂଜାପାଠ କରିଥିଲେ। ନୂତନ ନୀତି ପ୍ରଶାସକଙ୍କୁ ଉନ୍ନୟନ ପ୍ରଶାସକ ଦେବବ୍ରତ ସାହୁ ସ୍ଵାଗତ କରିଥିଲେ। ଶ୍ରୀମନ୍ଦିରର ସମସ୍ତ ସେବାୟତ ଓ କର୍ମଚାରୀ ମାନଙ୍କ ସହ ଉତ୍ତମ ସମନ୍ୱୟ ରକ୍ଷାକରି ଆଗାମୀ ଦିନରେ ମହାପ୍ରଭୁଙ୍କ ନୀତି କାର୍ଯ୍ୟ ଶୃଙ୍ଖଳିତ ଓ ସମୟ ଅନୁସାରେ ସମ୍ପାଦନ ପାଇଁ ଚେଷ୍ଟା କରିବେ ବୋଲି ଶ୍ରୀ ପୃଷ୍ଟି କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande