ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ସନାତନ ରାଉତଙ୍କ ୧୫ତମ ଶ୍ରାଦ୍ଧ ବାର୍ଷିକୀରେ ମେଗା ରକ୍ତଦାନ ଶିବିର
ଭଦ୍ରକ, ୨ ମାର୍ଚ୍ଚ (ହି.ସ.) - କନିକା ଅଞ୍ଚଳର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଯଶିପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ୱର୍ଗତ ସନାତନ ରାଉତଙ୍କ ୧୫ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ତାଙ୍କ ବାସଭବନରେ ସୋମବାର ଦିନ ସନାତନ ସ୍ମୃତି କମିଟି ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ସହିତ ଏକ ମେଗା ରକ୍ତଦାନ ଶିବିର
SATYANANDA RAUT BLOOD


ଭଦ୍ରକ, ୨ ମାର୍ଚ୍ଚ (ହି.ସ.) - କନିକା ଅଞ୍ଚଳର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଯଶିପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ୱର୍ଗତ ସନାତନ ରାଉତଙ୍କ ୧୫ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ତାଙ୍କ ବାସଭବନରେ ସୋମବାର ଦିନ ସନାତନ ସ୍ମୃତି କମିଟି ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ସହିତ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଉପସ୍ଥିତ ବ୍ୟକ୍ତି ସ୍ୱର୍ଗତ ସନାତନ ରାଉତ ଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ ଓ ପୁଷ୍ପାଞ୍ଜଳି ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଆୟୋଜିତ ସ୍ମୃତି ସଭାରେ ବକ୍ତାମାନେ ସନାତନ ରାଉତଙ୍କ ସ୍ୱାଧୀନତା ଆନ୍ଦୋଳନରେ ଅବଦାନ, ସମାଜସେବା ଓ ପଞ୍ଚାୟତ ଉନ୍ନତି ପାଇଁ ତାଙ୍କ ଅଦମ୍ୟ ପ୍ରୟାସ ବିଷୟରେ ଆଲୋକପାତ କରିଥିଲେ।ସନାତନ ରାଉତଙ୍କ ସ୍ମୃତିରେ ଆୟୋଜିତ ମେଗା ରକ୍ତଦାନ ଶିବିରରେ ଯଶିପୁର ପଞ୍ଚାୟତର ବିଶିଷ୍ଟ ରାଜ ନେତା ପ୍ରତାପ ଚନ୍ଦ୍ର ଧଳ ଯୋଗଦେଇ ଆନୁଷ୍ଠାନିକ ଭାବେ ଏହି ମେଗା ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ। ଏହି ରକ୍ତଦାନ ଶିବିରରେ ଅନେକ ଯୁବକ ଓ ସାଧାରଣ ଲୋକ ସ୍ୱଇଚ୍ଛାରେ ରକ୍ତଦାନ କରିଥିବା ବେଳେ ଏହି ଶିବିରରେ ମୋଟ୍ ୭୩ ୟୁନିଟ ରକ୍ତ ନମୁନା ସଂଗ୍ରହ କକରାଯିବା ସହିତ ସମସ୍ତ ରକ୍ତଦାତାଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ତେବେ ପ୍ରତିବର୍ଷ ଏହିପରି ସେବାମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ସନାତନ ରାଉତଙ୍କ ସ୍ମୃତିକୁ ସଜୀବ ରଖାଯିବ ବୋଲି ପରିବାର ବର୍ଗ ଓ ଆୟୋଜକ ମାନେ ନିଜର ମତବ୍ୟକ୍ତ କରିଥିଲେ। ତେବେ ଆଜିର ଏହି କାର୍ଯ୍ୟକ୍ରମରେ ପ୍ରତାପ ଚନ୍ଦ୍ର ଧଳ, ସତ୍ୟାନନ୍ଦ ରାଉତ,ପ୍ରମିଳା ମାଝୀ, ରମେଶ ଚନ୍ଦ୍ର ନାୟକ, ଧୀରେନ୍ଦ୍ର ବେହେରା, ନଳିନୀ କାନ୍ତ ନାୟକ, ଅକ୍ଷୟ ଧଳ, ସଞ୍ଜୁଲତା ମାଝୀ, ସୁଦର୍ଶନ ସ୍ୱାଇଁ, ଶ୍ରୀବାଶ ଦାସ, କମଳାକାନ୍ତ ଦାସ, ସୁବାଷ ତ୍ରିପାଠୀ, ବିଶ୍ୱ କେଶରୀ ମହାନ୍ତି, ନିର୍ମଳ ରାଉତ, ରଞ୍ଜନ ଦାସ, ସୀତାଂଶୁ ନାୟକ, ଆଶିଷ ମାହୁନ୍ତ, ମଙ୍ଗୁଳି ବେହେରା, ଗଙ୍ଗାଧର ବାରିକ ଏବଂ ସ୍ମୃତି କମିଟି ସଭାପତି ଗୁରୁପ୍ରସାଦ ମହାନ୍ତି ଙ୍କ ସହ ଅଞ୍ଚଳର ବହୁ ସମ୍ମାନୀୟ ବ୍ୟକ୍ତି, ସମାଜସେବୀ ଓ ସ୍ଥାନୀୟ ନେତୃତ୍ୱ ମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

---------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande