
ଭୁବନେଶ୍ୱର ,୦୨ ମାର୍ଚ୍ଚ (ହି.ସ)- ଭୁବନେଶ୍ୱରରୁ ପୁଣି ମିଳିଛି ସିମ୍ ବକ୍ସ। ରାଜଧାନୀର ଇନଫୋସିଟି ଅଂଚଳରେ ଥିବା ଏକ ହଷ୍ଟେଲରେ କମିଶନରେଟ ପୋଲିସ ଚଢ଼ଉ କରି ପ୍ରାୟ ୧୨ ଟି ସିମ୍ ବକ୍ସ ଜବତ କରିଛି। ଏହି ଘଟଣାରେ କେରଳର ଦୁଇ ଜଣ ଯୁବକଙ୍କୁ ପୋଲିସ୍ ଅଟକ ରଖି ପଚରାଉଚରା କରୁଛି। ଦୀର୍ଘ ଦିନ ହେବ ଏହି ରାକେଟ ସକ୍ରିୟ ଥିବା ଅନୁମାନ କରୁଛି ପୋଲିସ ।ଏହାର ମାଷ୍ଟର ମାଇଣ୍ଡ ଚାଇନା ରେ ଥିବା ପୋଲିସ ସନ୍ଦେହ କରୁଛି। ଏହି ସିମ୍ ବକ୍ସ ମାଧ୍ୟମରେ ଭିଓଏସ୍ ୩୦୦ ସପ୍ଟୱେୟାରରେ ଠକେଇ ଚାଲିଥିଲା। ଚାଇନାରୁ ହାର୍ଡ ୱେୟାର ଆସିଥିଲା , ବାଂଲାଦେଶ ରୁ ସଫ୍ଟ୍ଟୱେୟାର ଏବଂ ଆସାମରୁ ସିମ ଅଣାଯାଇ ଭୁବନେଶ୍ୱରରୁ ଅପରେଟ ହେଉଥିଲା ବୋଲି ଅନୁମାନ କରାଯାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା