
ବଲାଙ୍ଗିର, ୨ ମାର୍ଚ୍ଚ (ହି.ସ.)- ବଲାଙ୍ଗିର ବ୍ଲକ ଅନ୍ତର୍ଗତ ବାନ୍ଧନ ଘୋର ଗ୍ରାମରେ ଚାଲିଥିବା ତୃତୀୟ ସୁକତେଲ ମହୋତ୍ସବର ଗତକାଲି ଥିଲା ଦ୍ଵିତୀୟ ଦିବସ । ସଭାରେ ସଭାପତିତ୍ଵ କରିଥିଲେ ରାମଚନ୍ଦ୍ର ପ୍ରଧାନ। ଅତିଥି ଭାବରେ ଯୋଗ ଦେଇଥିଲେ ଗୁଡ଼ାଭେଲା ବିଡ଼ିଓ ଗୁରେଶ୍ବର ଭୋଇ, ଦେଓଗାଁ ବିଡ଼ିଓ ପ୍ରିୟ ରଞ୍ଜନ କୁମାର, ସଇଁତଳା ବିଡ଼ିଓ ପୁରୁଷୋତ୍ତମ ମିର୍ଦ୍ଧା, ପୂର୍ବତନ ବିଡ଼ିଓ କେସିଙ୍ଗା ପଦ୍ମନାଭ ପୁରୋହିତ। ବିଶ୍ୱଜିତ କୁମାର ନାଥଙ୍କ ସଂଯୋଜନାରେ ଅନୁଷ୍ଠିତ ଆଜିର ଉତ୍ସବରେ ପ୍ରଥମ ଅଧିବେଶନରେ ସମ୍ବଲପୁର, ବଲାଙ୍ଗୀର ଜିଲ୍ଲାର ଦଣ୍ଡ କଳାକାର ମାନେ, ତା'ପରେ କଂସ ଦରବାର ଅନୁଷ୍ଠିତ ହୋଇଥିଲା।
ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସୁକତେଲ ମହୋତ୍ସବ କମିଟିର ସଦସ୍ୟ ସୁରେଶ କୁମାର ମେହେର। କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଚିଙ୍କୁ ପ୍ରଧାନ, ପ୍ରସନ୍ନ ଗହୀର, ସତ୍ୟ ଗହୀର, ଦେବାଶିଷ ପାଣ୍ଡିଆ ଓ ସୁରେଶ ବୁଡେକ। ଆଖପାଖ ଅଞ୍ଚଳର ଶହ ଶହ ଦର୍ଶକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ