
କୋରେଇ, ୦୨ ମାର୍ଚ୍ଚ (ହି.ସ.) - ପାଣିକୋଇଲି ବଜାର ଟ୍ରାଫିକରେ ସେମାବାର ମଧ୍ୟାହ୍ନରେ ଏକ ଟ୍ରକ ଦୁର୍ଘଟଣାରେ ଗରୁତର ଭାବେ ଆହତ ହୋଇଛନ୍ତି କୋରେଇ ମଣ୍ଡଳ ସାହିତ୍ୟ ସଂସଦର ସମ୍ପାଦକ ତଥା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଠ ସାହିତ୍ୟିକ ପଣ୍ଡିତ ଡକ୍ଟର ସୂର୍ଯ୍ୟମଣି ଖୁଂଟିଆ । ପ୍ରକାଶଯେ ଶ୍ରୀ ଟୁଂଟିଆ ଏକ ସ୍ମୁଟି ଯୋଗେ ବଜାର ଅତିକ୍ରମ କରୁଥିବା ବେଳେ ଓଭରବ୍ରିଜ ମଧ୍ୟାରୁ ଏକ ହାଇୱା ( ଓଡି୦୧ଏଡବ୍ଲୁ ୮୬୧୯) ହଠାତ ତାଙ୍କ ଆଡକୁ ମାଡିଆସି ଦୁର୍ଘଟଣା କରିଥିଲା । ଫଳରେ ଶ୍ରୀ ଖୁଂଟିଅଶ ସ୍କୁଟି ସହ ଟ୍ରକ ମଧ୍ୟରେ ପସି ଯାଇଥିଲେ । ସ୍ତାନୀୟ ଲୋକ ଓ ପୁଲିସ ପହଂଚି ତାଙ୍କୁ ଟ୍ରକ ତଳୁ ଉଦ୍ଧାର କରିଥିଲେ । ରାଜପଥ ପେଟ୍ରୋଲିଂଗ ଅଧିକାରୀ ଅଶୋକ ବଳ ପହଂଚି ତାଙ୍କୁ ନିକଟସ୍ଥ ସବିତା ହେଲଥ କେୟାରରେ ପ୍ରାଥମିକ ଚିକିତ୍ସା କରାଇଥିଲେ । ଖବର ପାଇଁ ବହୁ ବ୍ୟକ୍ତି ସେଠାରେ ପହଂଚିଥିଲେ । ପରିବାର ଲୋକ ପହଂଚି ଏକ ଘରୋଇ ଆମ୍ବୁଲାନ୍ସରେ ଅଧିକ ଚିକିତ୍ସା ପାଇଁ ତାକୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ କିମସକୁ ନେଇଯାଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ