ଠାକୁର ଅନୁକୁଳଚନ୍ଦ୍ରଙ୍କର ୧୩୮ତମ ଜନ୍ମୋତ୍ସବ ପାଳିତ
କୋରେଇ, ୦୨ ମାର୍ଚ୍ଚ (ହି.ସ.) - କୋରେଇ ବ୍ଲକ କରଦା ପଂଚାୟତ ଭକଣ୍ଡାରୀ ଗ୍ରାମରେ ପରମପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୁଳଚନ୍ଦ୍ରଙ୍କର ୧୩୮ତମ ଆବିର୍ଭାବ ମହୋତ୍ସବ ତଥା ଭକଣ୍ଡରୀ ସତସଙ୍ଗ କେନ୍ଦ୍ରର ୩୧ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ବେଦ, ମାଙ୍ଗଳି. ଉଷା କୀର୍ତନ ପରେ ଭକ୍ତମାନେ
ଠାକୁର ଅନୁକୁଳଚନ୍ଦ୍ରଙ୍କର ୧୩୮ତମ ଜନ୍ମୋତ୍ସବ ପାଳିତ


କୋରେଇ, ୦୨ ମାର୍ଚ୍ଚ (ହି.ସ.) - କୋରେଇ ବ୍ଲକ କରଦା ପଂଚାୟତ ଭକଣ୍ଡାରୀ ଗ୍ରାମରେ ପରମପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୁଳଚନ୍ଦ୍ରଙ୍କର ୧୩୮ତମ ଆବିର୍ଭାବ ମହୋତ୍ସବ ତଥା ଭକଣ୍ଡରୀ ସତସଙ୍ଗ କେନ୍ଦ୍ରର ୩୧ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ବେଦ, ମାଙ୍ଗଳି. ଉଷା କୀର୍ତନ ପରେ ଭକ୍ତମାନେ ସମ୍ମିଳିତ ଭାବେ ନଗର କୀର୍ତନ କରି ବଜାର ପରିକ୍ରମା କରିଥିଲେ। ଏହା ପରେ ସଂଧ୍ୟାରେ ସତସଙ୍ଗ ସଭା ଯାଜପୁର ସତସଙ୍ଗ କେନ୍ଦ୍ରର ମୂଖ୍ୟ ଋତ୍ୱିିକ ଅଚ୍ୟୁତାନନ୍ଦ ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବାବେଳେ ମୁଖ୍ୟବକ୍ତାଭାବେ କୁଆଖିଆ ସତସଙ୍ଗ କେନ୍ଦ୍ରର ରିତ୍ୱିକ କୃଷ୍ଣପ୍ରସାଦ କର ଯୋଗଦେଇ ଠାକୁରଙ୍କ ଜୀବନୀ ଉପରେ ଅଲୋକପାତ କରିଥିଲେ । ପ୍ରତ୍ୟକ ମଣିଷ ଭିତରେ ଥିବା ଖରାପ ଜିନିଷକୁ ଦୁରେଇ ଦେବା ଓ ଇଶ୍ୱର ପ୍ରାପ୍ତି ନିମନ୍ତେ ସଦଗୁରୁ ଙ୍କ ଶରଣାପର୍ନ୍ନ ହେବା ନିହାତି ଜରୁରି ବୋଲି ନିଜର ବକ୍ତବ୍ୟରେ ବର୍ଣ୍ଣନା କରିଥିଲେ। ରିତିକ୍ ପିତାମ୍ବର ପତି, ବଟକୃଷ୍ଣ ଦାସ, ଦୟାନିଧୀ ସାହୁ ୁ, ଭାଷ୍କର ସାହୁ, ଦ୍ୟୁତିଦେବ ଦାସ ପ୍ରମୁଖ ଠାକୁରଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଦାନଗଦୀ ଭାଇ ମାନଙ୍କ ଦ୍ୱାରା କୋରସ ଗାନ ପରିବେଷଣ କରାଯାଇଥିଲା । ଉକ୍ତ ସତସଙ୍ଗ କାର୍ଯ୍ୟକ୍ରମରେ ଭକଣ୍ଡରୀ, ରାଣିଗୋଡା, କରଦା, ଷଠିପୁର, ବୈତରଣୀରୋଡ, ପାଣିକୋଇଲି, ପଥରପଦା ସମେତ ଜିଲ୍ଲା ତଥା ଜିଲ୍ଲା ବାହାରୁ ଗୁରୁଭାଇ ଓ ମା ମାନେ ଯୋଗଦେଇଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଉତ୍ସବ କମିଟିର ସଭାପତି ଘନଶ୍ୟାମ ସାହୁ, ଗଗନବିହାରୀ ସାହୁ, ଗଦାଧର ସାହୁ, ହରିହର ରାଉତ, ମୋହନ ଚରଣ ସାହୁ, ଦିବାକର ଦାସ, ଗଣେଷ ଚନ୍ଦ୍ର ସାହୁ, ନରେନ୍ଦ୍ର ସାହୁ, ନବଘନ ସାହୁ, ଅଂଜନ କୁମାର ସାହୁ, ସନ୍ତୋଷ ଜେନା, ସୁବୋଧ କୁମାର ସାହୁ, ତୁଷାର ବାରିକ, ଅନିରୁଦ୍ଧ ମଲିକ,ହ ରିହର ମଲିକ, ପ୍ରାଣକୃଷ୍ଣ ମଲିକ, ନିକୁଜଂ ସାହୁ, ନବଘନ ବାରିକ, ଭାଷ୍କର ମଲିକ, ରମେଶ ମଲିକ, କାର୍ତିକ ମଲିକ ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ସ୍ଥାନୀୟ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande